इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଉତ୍ସାହର ସହ ଶିଖାନ୍ତୁ

ଉତ୍ସାହର ସହ ଶିଖାନ୍ତୁ

ଯଦି ଆମେ ଉତ୍ସାହର ସହ ଶିଖାଇବା, ତେବେ ଶ୍ରୋତାମାନଙ୍କଠାରେ ମଧ୍ୟ ଉତ୍ସାହ ଭରିଯିବ । ସେମାନେ ଆହୁରି ଆଗ୍ରହର ସହ ଆମ କଥା ଶୁଣିବେ । ସେମାନେ ବୁଝିପାରିବେ ଯେ ଆମ ବାର୍ତ୍ତା କେତେ ଜରୁରୀ । ଆମ ଭାଷା ଓ ସଂସ୍କୃତି ଯାହା ବି ହୋଇଥାଉ ପଛେ କିମ୍ବା ଆମ ସ୍ୱଭାବ ଯେପରି ହୋଇଥାଉ ନା କାହିଁକି, ଆମେ ଉତ୍ସାହର ସହ କହିବା ଶିଖିପାରିବା । (ରୋମୀ ୧୨:୧୧) ଏଥିପାଇଁ ଆମକୁ କʼଣ କରିବାକୁ ହେବ ?

ପ୍ରଥମେ ଆମକୁ ଏହା ବୁଝିବାକୁ ହେବ ଯେ ଆମେ ଯାହା ଶିଖାଉଛୁ, ତାହା କେତେ ମହତ୍ତ୍ୱ ରଖେ । ଆମ ପାଖରେ “ଶୁଭ ବିଷୟର ସୁସମାଚାର” ଅଛି । (ରୋମୀ ୧୦:୧୫) ଦ୍ୱିତୀୟ, ଆମକୁ ଭାବିବାକୁ ହେବ ଯେ ଆମେ ଯାହା ଶିଖାଉ ସେଥିରୁ ଲୋକମାନଙ୍କୁ କେତେ ଲାଭ ହେବ । ଏହା ଜାଣିବା ଲୋକମାନଙ୍କ ପାଇଁ ବହୁତ ଜରୁରୀ । (ରୋମୀ ୧୦:୧୩, ୧୪) ତାʼପରେ ଉତ୍ସାହର ସହ କହନ୍ତୁ । ନିଜ ହାତ ଓ ଚେହେରାରୁ ସ୍ୱାଭାବିକ ଭାବେ ହାବଭାବ କରନ୍ତୁ ।

ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଉତ୍ସାହର ସହ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନୀତାଙ୍କ ଉତ୍ସାହ କାହିଁକି କମିଗଲା ?

  • ନୀତାଙ୍କଠାରେ ପୁଣିଥରେ କିପରି ଉତ୍ସାହ ଭରିଗଲା ?

  • ଆମଠାରେ ଉତ୍ସାହ ହେଲେ ଅନ୍ୟମାନଙ୍କଠାରେ ମଧ୍ୟ ଉତ୍ସାହ ଭରିଯିବ

    ଆମେ ବିଦ୍ୟାର୍ଥୀଙ୍କ ଭଲ ଗୁଣଗୁଡ଼ିକ ପ୍ରତି କାହିଁକି ଧ୍ୟାନ ଦେବା ଉଚିତ୍‌ ?

  • ଆମେ ଉତ୍ସାହର ସହ ଶିଖାଇଲେ ଆମ ବିଦ୍ୟାର୍ଥୀ ଓ ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିବ ?