इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ନିଜ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ ତେଣୁ ଆମକୁ ନିଜ ଇଚ୍ଛାଗୁଡ଼ିକୁ କାବୁ ପାଇବା ପାଇଁ ଲଗାତାର ସଂଘର୍ଷ କରିବାକୁ ପଡ଼େ । ଯଦି ଆମେ ନିଜ ଇଚ୍ଛାଗୁଡ଼ିକୁ କାବୁରେ ରଖିବା ନାହିଁ ଏବଂ ଯାହା ଇଚ୍ଛା ତାହା କରିବା, ତେବେ ଆମ ଉପରେ ଯିହୋବାଙ୍କ ମଞ୍ଜୁରି ରହିବ ନାହିଁ । ଯେପରି, କିଛି ଲୋକଙ୍କ ପାଇଁ ଖାଇବା ପିଇବା ଜିନିଷ, କପଡ଼ା ଓ ଘର ବହୁତ ମହତ୍ତ୍ୱ ରଖେ । ସେମାନେ ଈଶ୍ୱରଙ୍କଠାରୁ ବେଶି ଏସବୁ ଜିନିଷଗୁଡ଼ିକୁ ଅଧିକ ମହତ୍ତ୍ୱ ଦିଅନ୍ତି । କିଛି ଲୋକଙ୍କ ଦୃଷ୍ଟିରେ ଈଶ୍ୱରଙ୍କ ମାନଦଣ୍ଡ କିଛି ମହତ୍ତ୍ୱ ରଖେ ନାହିଁ ଏବଂ ନିଜ ଯୌନ ଇଚ୍ଛାଗୁଡ଼ିକୁ ଭୁଲ ଉପାୟରେ ବ୍ୟବହାର କରନ୍ତି । (ରୋମୀ ୧:୨୬, ୨୭) କିଛି ଲୋକ ଏପରି ଥାʼନ୍ତି ଯେଉଁମାନେ ଚାହାନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତୁ, ତେଣୁ ସେମାନେ ଲୋକମାନଙ୍କ କଥାରେ ପଡ଼ି ଭୁଲ କାମ କରନ୍ତି ।—ଯାତ୍ରା ୨୩:୨.

ଆମେ ନିଜ ଇଚ୍ଛାଗୁଡ଼ିକୁ କାବୁ କିପରି କରିପାରିବା ? ଆମେ ନିଜ ଧ୍ୟାନ ଯିହୋବାଙ୍କୁ ଖୁସି କରୁଥିବା ବିଷୟରେ ଲଗାଇବା ଉଚିତ୍‌ । (ମାଥି ୪:୪) ଏହାଛଡ଼ା ନିଜ ଇଚ୍ଛାଗୁଡ଼ିକୁ କାବୁ କରିବା ପାଇଁ ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ । କାହିଁକି ? କାରଣ ସେ ଜାଣନ୍ତି ଯେ ଆମ ପାଇଁ କʼଣ ଭଲ ଏବଂ ସେ ଏପରି ସବୁ ଇଚ୍ଛା ପୂରା କରିପାରିବେ ଯାହା ତାଙ୍କ ଇଚ୍ଛା ମୁତାବକ ଅଛି ।—ଗୀତ ୧୪୫:୧୬.

ଧୂମ୍ରପାନ ନିଏ ଜୀବନ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କିଛି ଲୋକ ସିଗାରେଟ୍‌ କାହିଁକି ପିଅନ୍ତି ?

  • ସିଗାରେଟ୍‌ ପିଇଲେ ଆପଣଙ୍କ କʼଣ କ୍ଷତି ହୋଇପାରିବ ?

  • ସିଗାରେଟ୍‌ ଓ ହୁକ୍‌କା ପିଇବା କାହିଁକି ଭୁଲ ଅଟେ ?—୨କରି ୭:୧

  • ଆପଣ ସିଗାରେଟ୍‌ ପିଇବାର ଇଚ୍ଛାକୁ କାବୁ କରିପାରିବେ !

    ଆପଣ ସିଗାରେଟ୍‌କୁ “ନା” କିପରି କହିପାରିବେ ? ଆପଣ ଏହି ଅଭ୍ୟାସକୁ କିପରି ଛାଡ଼ିପାରିବେ ?