इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ ”

“ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ ”

ସତ୍ୟ ଖ୍ରୀଷ୍ଟିୟାନମାନେ ଯାହା ମଧ୍ୟ କରନ୍ତି ପ୍ରେମ ଯୋଗୁଁ କରନ୍ତି । ପ୍ରେମ “ଅଧର୍ମରେ ଆନନ୍ଦ କରେ ନାହିଁ ।” (୧କରି ୧୩:୪, ୬) ତେଣୁ ଆମେ ଏପରି କୌଣସି ମନୋରଞ୍ଜନ କରି ନ ଥାଉ, ଯେଉଁଥିରେ ହିଂସା କିମ୍ବା ଅନୈତିକ କାମଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇଥାଏ । ଯେବେ କାହାରି ସହ କିଛି ଖରାପ ହୁଏ, ତେବେ ଆମେ ଖୁସି ହୋଇ ନ ଥାଉ ଯଦିଓ ସେହି ବ୍ୟକ୍ତି ଆମକୁ ଦୁଃଖ ପହଞ୍ଚାଇ ଥାଏ ।—ହିତୋ ୧୭:୫.

ମନେ ରଖନ୍ତୁ ଯେ ପ୍ରେମ—ଅଧର୍ମରେ ଆନନ୍ଦ କରେ ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଶାଉଲ ଓ ଯୋନାଥନଙ୍କ ମୃତ୍ୟୁର ଖବର ଶୁଣି ଦାଉଦଙ୍କୁ କିପରି ଲାଗିଲା ?

  • ଶାଉଲ ଓ ଯୋନାଥନଙ୍କୁ ମନେ ପକାଇ ଦାଉଦ କେଉଁ ଶୋକ ଗୀତ ଲେଖିଲେ ?

  • ଶାଉଲଙ୍କ ମୃତ୍ୟୁରୁ ଦାଉଦ କାହିଁକି ଖୁସି ହେଲେ ନାହିଁ ?