इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ପ୍ରେମ . . . ସମସ୍ତ ଭରସା କରେ”

“ପ୍ରେମ . . . ସମସ୍ତ ଭରସା କରେ”

ଆମେ ଭାଇଭଉଣୀମାନଙ୍କୁ ବିନା କୌଣସି ସ୍ୱାର୍ଥରେ ପ୍ରେମ କରୁ, ତେଣୁ ଆଶା କରୁ ଯେ ସେମାନେ ସଠିକ୍‌ କାମ କରିବେ । (୧କରି ୧୩:୪, ୭) ଉଦାହରଣ ପାଇଁ, ଯଦି ଜଣେ ଭାଇ ପାପ କରେ ଏବଂ ପ୍ରାଚୀନମାନେ ତାଙ୍କୁ ସୁଧାର କରିବା ପାଇଁ ପରାମର୍ଶ ଦିଅନ୍ତି, ତେବେ ଆମେ ଆଶା କରିବା ଯେ ସେହି ଭାଇ ପ୍ରାଚୀନମାନଙ୍କ କଥା ଶୁଣିବ ଏବଂ ନିଜଠାରେ ସୁଧାର କରିବ । ଯେଉଁମାନଙ୍କ ବିଶ୍ୱାସ ଦୁର୍ବଳ ଅଛି, ଆମେ ସେମାନଙ୍କ ଦୁର୍ବଳତାକୁ ସହୁ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁ । (ରୋମୀ ୧୫:୧) ଯଦି କେହି ମଣ୍ଡଳୀକୁ ଛାଡ଼ି ଚାଲିଯାʼନ୍ତି, ତେବେ ଆମେ ଆଶା ରଖୁ ଯେ ସେ ଦିନେ ଫେରି ଆସିବେ ।—ଲୂକ ୧୫:୧୭, ୧୮.

ମନେ ରଖନ୍ତୁ ଯେ ପ୍ରେମ—ସମସ୍ତ ଭରସା କରେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅବ୍‌ନର ପ୍ରଥମେ କାହା ଆଡ଼କୁ ଥିଲେ, କିନ୍ତୁ ପରେ ସେ କାହା ଆଡ଼କୁ ହୋଇଗଲେ ?

  • ଅବ୍‌ନରଙ୍କ ଅନୁରୋଧ ଶୁଣି ଦାଉଦ କʼଣ କଲେ ? ଏବଂ ଯୋୟାବ କʼଣ କଲା ?

  • ଆମେ କାହିଁକି ଆଶା କରିବା ଉଚିତ୍‌ ଯେ ଆମ ଭାଇଭଉଣୀ ସଠିକ୍‌ କାମ କରିବେ ?