इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ବିଦ୍ୟାର୍ଥୀଙ୍କ ବିଶ୍ୱାସ ବଢ଼ାନ୍ତୁ

ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ବିଦ୍ୟାର୍ଥୀଙ୍କ ବିଶ୍ୱାସ ବଢ଼ାନ୍ତୁ

ଈଶ୍ୱରଙ୍କୁ ଖୁସି କରିବା ପାଇଁ ଜଣେ ବାଇବଲ ବିଦ୍ୟାର୍ଥୀଙ୍କୁ ନିଜ ବିଶ୍ୱାସ ବଢ଼ାଇବାକୁ ହେବ । (ଏବ୍ରୀ ୧୧:୬) ଏପରି କରିବାରେ ଆମେ ସେମାନଙ୍କୁ ସାହାଯ୍ୟ କରିପାରିବା । ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିକୁ ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଏଠି ବିଷୟକୁ ବୁଝାଇବା ପାଇଁ କିଛି ବିଶେଷ ପଦଗୁଡ଼ିକ ଦିଆଯାଇଛି, ବଢ଼ିଆ ଭାବରେ ତର୍କ କରାଯାଇଛି, ବଢ଼ିଆ ପ୍ରଶ୍ନଗୁଡ଼ିକ କରାଯାଇଛି ଏବଂ ହୃଦୟକୁ ଛୁଇଁ ଯାଉଥିବା ଭଳି ଭିଡିଓ ଓ ଚିତ୍ରଗୁଡ଼ିକ ଅଛି । ଜଣେ ଖ୍ରୀଷ୍ଟିୟାନଠାରେ ଯେଉଁ ଗୁଣ ଥିବା କଥା, ତାହା ବଢ଼ାଇବା ଏବଂ ଈଶ୍ୱରଙ୍କ ସହ ଭଲ ସମ୍ପର୍କ ଗଢ଼ିବା ପାଇଁ ଆମେ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରୁ । ଏହାଦ୍ୱାରା ସେମାନେ ଏପରି ବିଲ୍‌ଡିଙ୍ଗ ଭଳି ହୋଇଯାʼନ୍ତି, ଯାହା ନିଆଁରେ ମଧ୍ୟ କିଛି ହୁଏ ନାହିଁ ।—୧କରି ୩:୧୨-୧୫.

କିଛି ଲୋକ ଏହା ବୁଝିପାରନ୍ତି ନାହିଁ ଯେ ସେମାନେ ଈଶ୍ୱରଙ୍କ ସାଙ୍ଗ କିପରି ହୋଇପାରିବେ, କାରଣ ଈଶ୍ୱରଙ୍କୁ ଆମେ ଦେଖିପାରୁ ନାହିଁ । ତେଣୁ ଆମେ ସେମାନଙ୍କୁ ଏପରି ଭାବେ ଶିଖାଇବା ଉଚିତ୍‌, ଯେପରି ସେମାନେ ଯିହୋବାଙ୍କୁ ଭଲଭାବେ ଜାଣିବେ ଏବଂ ତାଙ୍କ ଉପରେ ଭରସା କରିବେ ।

“ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିରୁ ଯିହୋବାଙ୍କ ଉପରେ ଲୋକମାନଙ୍କ ବିଶ୍ୱାସ ବଢ଼ାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ କିପରି କହିପାରିବା ଯେ ଭଉଣୀ ଅଧ୍ୟୟନ ପାଇଁ ଭଲଭାବେ ପ୍ରସ୍ତୁତି କରିଥିଲେ ?

  • ଯିଶାଇୟ ୪୧:୧୦, ୧୩ ପଦର ଅର୍ଥ ବିଦ୍ୟାର୍ଥୀ କʼଣ ବୁଝିଲେ ଏବଂ ଏହା ଜାଣିବା ପାଇଁ ଭଉଣୀ କିପରି ଛୋଟ ଛୋଟ ପ୍ରଶ୍ନ କଲେ ?

  • ଭିଡିଓ ଓ ବାଇବଲ ପଦଗୁଡ଼ିକର ବିଦ୍ୟାର୍ଥୀଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ?

କିଛି ଲୋକ ମୁକ୍ତିର ମୂଲ୍ୟ କେତେ ମହତ୍ତ୍ୱ ରଖେ ତାହା ଜାଣନ୍ତି ନାହିଁ । ସେମାନେ ଜାଣିପାରନ୍ତି ନାହିଁ ଯେ ଈଶ୍ୱର ସେମାନଙ୍କ ପାଇଁ ନିଜ ପୁଅଙ୍କୁ ବଳିଦାନ କଲେ । (ଗାଲା ୨:୨୦) ତେଣୁ ଆମେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଉପରେ ସେମାନଙ୍କ ବିଶ୍ୱାସ ବଢ଼ାଇବା ଉଚିତ୍‌ ।

“ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିରୁ ଯୀଶୁଙ୍କ ଉପରେ ଲୋକମାନଙ୍କ ବିଶ୍ୱାସ ବଢ଼ାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ କିପରି କହିପାରିବା ଯେ ଭାଇ ଅଧ୍ୟୟନ ପାଇଁ ଭଲଭାବେ ପ୍ରସ୍ତୁତି କରିଥିଲେ ?

  • ଭାଇ ଜଣକ ବିଦ୍ୟାର୍ଥୀଙ୍କୁ ଧ୍ୟାନରେ ରଖି “ଅଧିକ ଜାଣନ୍ତୁ” ଭାଗରେ ଦିଆଯାଇଥିବା ଲେଖାର କିପରି ବ୍ୟବହାର କଲେ ?

  • ଆମେ ବିଦ୍ୟାର୍ଥୀଙ୍କ ପାଇଁ କାହିଁକି ପ୍ରାର୍ଥନା କରିବା ଉଚିତ୍‌ ?