इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ଭବିଷ୍ୟତରେ ଯେଉଁ ସମସ୍ୟା ଆସିବ ତାʼପାଇଁ ପ୍ରସ୍ତୁତ ଅଛନ୍ତି ?

କʼଣ ଆପଣ ଭବିଷ୍ୟତରେ ଯେଉଁ ସମସ୍ୟା ଆସିବ ତାʼପାଇଁ ପ୍ରସ୍ତୁତ ଅଛନ୍ତି ?

ଏହି ଦୁନିଆର ବିନାଶ ପାଖେଇ ଆସୁଛି, ତେଣୁ ଦିନକୁ ଦିନ ଆତଙ୍କବାଦ, ଦଙ୍ଗା ଓ ଯୁଦ୍ଧ ବଢ଼ି ବଢ଼ି ଯିବ । (ପ୍ରକା ୬:୪) ଭବିଷ୍ୟତରେ ଯେଉଁ ସମସ୍ୟାଗୁଡ଼ିକ ଆସିବ, ତାର ସାମନା କରିବା ପାଇଁ ଆମେ ଏବେଠାରୁ କିପରି ପ୍ରସ୍ତୁତ ହୋଇପାରିବା ?

  • ବିଶ୍ୱସ୍ତ ରହିବା ପାଇଁ ପ୍ରସ୍ତୁତି କରନ୍ତୁ: ସମସ୍ୟାର ସାମନା କରିବା ବିଷୟରେ ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତ ଏବଂ ଘଟଣାଗୁଡ଼ିକ ବିଷୟରେ ପଢ଼ନ୍ତୁ, ତେବେ ଯିହୋବା ଏବଂ ତାଙ୍କ ସଂଗଠନ ଉପରେ ଆପଣଙ୍କ ଭରସା ବଢ଼ିବ ଏବଂ ଆପଣଙ୍କୁ ନିଷ୍ପକ୍ଷ ରହିବା ପାଇଁ ସାହସ ମିଳିବ । (ହିତୋ ୧୨:୫; ପ୍ର୧୩-ହି ୯/୧୫ ପୃ ୧୪ ¶୧୧) ଏହାଛଡ଼ା, ଏବେଠାରୁ ମଣ୍ଡଳୀରେ ଭଲ ସାଙ୍ଗ କରନ୍ତୁ ।—୧ପିତ ୪:୭, ୮.

  • ଜରୁରୀ ଜିନିଷ ପ୍ରସ୍ତୁତ ରଖନ୍ତୁ: ଘରେ ଅଧିକ ମାତ୍ରାରେ ଖାଇବା ଜିନିଷ, ପାଣି ଏବଂ ଅନ୍ୟ ଜରୁରୀ ଜିନିଷ ରଖନ୍ତୁ, ଯାହାଫଳରେ ଯଦି ଆପଣଙ୍କୁ ଘରେ ହିଁ ରହିବାକୁ ପଡ଼ିବ, ତେବେ ଆପଣଙ୍କୁ ଅସୁବିଧା ହେବନି । ଏହା ମଧ୍ୟ ଭାବନ୍ତୁ ଯଦି ଆପଣଙ୍କୁ ଘର ଛାଡ଼ି ଯିବାକୁ ପଡ଼େ, ତେବେ ଆପଣ କେଉଁଠି ରହିବେ । ଗୋଟିଏ ବ୍ୟାଗ୍‌ରେ ଗ୍ଲୋବ୍‌ସ ଓ ମାସ୍କ, ଅନ୍ୟ ଜରୁରୀ ଜିନିଷ ଏବଂ କିଛି ପଇସା ରଖନ୍ତୁ, ଯାହାଫଳରେ କୌଣସି ବିପତ୍ତି ଆସିଲେ ଆପଣ ତାହା ଧରି ଯାଇପାରିବେ । ମଝି ମଝିରେ ଦେଖନ୍ତୁ ଯେ ସେହି ବ୍ୟାଗ୍‌ରେ ସବୁକିଛି ଠିକ୍‌ ଅଛି ନା ନାହିଁ । ପ୍ରାଚୀନମାନଙ୍କୁ ନିଜ ଠିକଣା ଏବଂ ଫୋନ୍‌ ନମ୍ବର ଦିଅନ୍ତୁ ଏବଂ ସେମାନଙ୍କ ଫୋନ୍‌ ନମ୍ବର ଏବଂ ଠିକଣା ମଧ୍ୟ ନିଅନ୍ତୁ, ଯାହାଫଳରେ ଆପଣ ପରସ୍ପରକୁ ସମ୍ପର୍କ କରିପାରିବେ ।—ଯିଶା ୩୨:୨; ସଜା୧୭-ହି ସଂ. ୫ ପୃ ୩-୭

ଯେବେ ସମସ୍ୟା ଆସେ ତେବେ ପ୍ରାର୍ଥନା କରିବା, ଅଧ୍ୟୟନ କରିବା ଏବଂ ସଭାକୁ ଯିବା ଛାଡ଼ନ୍ତୁ ନାହିଁ । (ଫିଲିପ୍‌ ୧:୧୦) ନିଜ ଜିନିଷ ନେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାʼନ୍ତୁ ନାହିଁ । ବହୁତ ଜରୁରୀ ହେଲେ ଯାଇ ଘର ଛାଡ଼ି ଅନ୍ୟ ଜାଗାକୁ ଯାଇ ରହନ୍ତୁ । (ମାଥି ୧୦:୧୬) ଖାଇବା ଓ ପିଇବାର ଜିନିଷଗୁଡ଼ିକୁ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତୁ ।—ରୋମୀ ୧୨:୧୩.

ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସମସ୍ୟା ସମୟରେ ଯିହୋବା ଆମ ସାହାଯ୍ୟ କିପରି କରିପାରିବେ ?

  • ସମସ୍ୟାର ସାମନା କରିବା ପାଇଁ ଆମେ ଏବେଠାରୁ କʼଣ କʼଣ କରିପାରିବା ?

  • ବିପତ୍ତିର ଶିକାର ହୋଇଥିବା ଲୋକମାନଙ୍କୁ ଆମେ କିପରି ସାହାଯ୍ୟ କରିପାରିବା ?