इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ପ୍ରେମ . . . ଅହଙ୍କାର କରେ ନାହିଁ ”

“ପ୍ରେମ . . . ଅହଙ୍କାର କରେ ନାହିଁ ”

ପ୍ରେମ ଥିଲେ ଆମେ ନମ୍ର ରହିବା । (୧କରି ୧୩:୪) ଯଦି ଆମଠାରେ ଭାଇଭଉଣୀମାନଙ୍କ ପ୍ରତି ପ୍ରେମ ଥିବ, ତେବେ ଆମେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରିବା ନାହିଁ । ଆମେ ଅନ୍ୟମାନଙ୍କ ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଏବଂ ଆମଠାରେ ଯେଉଁ ଦକ୍ଷତା କିମ୍ବା ଯୋଗ୍ୟତା ଅଛି, ତାହା ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଲଗାଇବା । (ଫିଲିପ୍‌ ୨:୩, ୪) ଯେତେ ଅଧିକ ଆମେ ଅନ୍ୟମାନଙ୍କୁ ପ୍ରେମ କରିବା, ସେତେ ଅଧିକ ଯିହୋବାଙ୍କ କାମରେ ଆସିବା ।

ମନେ ରଖନ୍ତୁ ଯେ ପ୍ରେମ—ଅହଙ୍କାର କରେ ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅବଶାଲୋମ ପାଖରେ କʼଣ କʼଣ ଥିଲା, ଯାହା ସମସ୍ତଙ୍କ ପାଖରେ ନ ଥାଏ ?

  • ସେ ତାʼର ଭୁଲ ବ୍ୟବହାର କିପରି କଲା ?

  • ଆମେ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌, ଯାହାଫଳରେ ଆମେ ଅହଂକାରୀ ହେବା ନାହିଁ ?—ଗାଲା ୫:୨୬