इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ତାଜା ଖବରଗୁଡ଼ିକ ବିଷୟରେ କଥା ହୁଅନ୍ତୁ

ତାଜା ଖବରଗୁଡ଼ିକ ବିଷୟରେ କଥା ହୁଅନ୍ତୁ

ଯୀଶୁ ଲୋକମାନଙ୍କୁ ସେସମୟର ତାଜା ଖବରର ଉଦାହରଣ ଦେଇ ଶିଖାଉଥିଲେ । (ଲୂକ ୧୩:୧-୫) ଆପଣ ମଧ୍ୟ ଲୋକମାନଙ୍କୁ ତାଜା ଖବର ବିଷୟରେ କହି ରାଜ୍ୟର ସୁସମାଚାର ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ାଇପାରିବେ । ଯେପରି ଦରଦାମ ବୃଦ୍ଧି, ପ୍ରାକୃତିକ ବିପତ୍ତି, ଦଙ୍ଗା, ଡ୍ରଗସ୍‌ ନେବାର ଅଭ୍ୟାସ କିମ୍ବା ଅନ୍ୟ କୌଣସି ଖବର ବିଷୟରେ କହିପାରିବେ ଏବଂ ତାʼପରେ ଏପରି କିଛି ପ୍ରଶ୍ନ ପଚାରିପାରିବେ: “ଆପଣ କʼଣ ଭାବନ୍ତି, କʼଣ କେବେ . . . ଶେଷ ହେବ ?” କିମ୍ବା “ଆପଣ କʼଣ ଭାବନ୍ତି, ଏହି ସମସ୍ୟାର ସମାଧାନ କʼଣ ?” ତାʼପରେ ସେହି ବିଷୟ ଜଡ଼ିତ ଗୋଟିଏ ପଦ ଦେଖାଇପାରିବେ । ଯଦି ବ୍ୟକ୍ତି ଜଣକ ଆହୁରି ଅଧିକ ଜାଣିବା ପାଇଁ ଚାହେଁ, ତାହେଲେ ଶିକ୍ଷା ଉପକରଣ ବକ୍ସରୁ କୌଣସି ଭିଡିଓ ଦେଖାଇପାରିବେ କିମ୍ବା ପ୍ରକାଶନ ଦେଇପାରିବେ । ଆସନ୍ତୁ ଆମେ “ସୁସମାଚାର ନିମନ୍ତେ ସବୁ” କରିବା, ଯାହାଫଳରେ ଲୋକମାନଙ୍କର ହୃଦୟକୁ ଛୁଇଁପାରିବା ।—୧କରି ୯:୨୨, ୨୩.

ଆପଣ ଯେଉଁ ଅଞ୍ଚଳରେ ରହନ୍ତି, ସେଠାକାର ଲୋକମାନଙ୍କୁ କେଉଁ ବିଷୟରେ କଥା ହେବା ଭଲ ଲାଗେ ?