ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଧର୍ମତ୍ୟାଗୀମାନଙ୍କଠାରୁ ନିଜକୁ ରକ୍ଷା କରନ୍ତୁ
ଶୟତାନ ଓ ତାʼର ଅଧୀନରେ ରହୁଥିବା ଲୋକମାନେ ପ୍ରାୟ ସତକୁ ମିଛ ସହିତ ମିଶାଇ ଦେଖାନ୍ତି । ଏପରି ଭାବେ ସେମାନେ ଆମର ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରନ୍ତି । (୨କରି ୧୧:୩) ଯେପରି, ଅଶୂରୀୟ ଲୋକମାନେ ପୂରା ସତ ନ କହି ଆଉ ସିଧା ସିଧା ମିଛ କହି ଯିହୋବାଙ୍କ ଲୋକମାନଙ୍କ ସାହସ ଭାଙ୍ଗିବା ପାଇଁ ଚେଷ୍ଟା କଲେ । (୨ବଂଶା ୩୨:୧୦-୧୫) ଆଜି ଧର୍ମତ୍ୟାଗୀମାନେ ମଧ୍ୟ ଏପରି ହିଁ କରନ୍ତି । ସେମାନେ ଯାହା ଶିଖାନ୍ତି ସେସବୁକୁ ଆମେ କେଉଁ ଦୃଷ୍ଟିକୋଣରେ ଦେଖିବା ଉଚିତ୍ ? ସେଗୁଡ଼ିକ ଆମ ପାଇଁ ବିଷ ଭଳି ଅଟେ । ଆମେ ସେମାନଙ୍କ କଥାଗୁଡ଼ିକୁ କେବେ ବି ପଢ଼ିବା ଉଚିତ୍ ନୁହେଁ, ସେମାନଙ୍କୁ କୌଣସି ଉତ୍ତର ଦେବା ଉଚିତ୍ ନୁହେଁ ଆଉ ସେମାନଙ୍କ କଥା ମଧ୍ୟ ଅନ୍ୟମାନଙ୍କୁ କହିବା ଉଚିତ୍ ନୁହେଁ । ଯଦି ଆପଣଙ୍କୁ ଏପରି କୌଣସି ତଥ୍ୟ ମିଳେ ଯେଉଁଥିରୁ ଆପଣଙ୍କ ମନରେ ଯିହୋବା ଓ ତାଙ୍କ ସଂଗଠନ ପାଇଁ ସନ୍ଦେହ ସୃଷ୍ଟି ହୁଏ, ତେବେ ବୁଝିଯାʼନ୍ତୁ ଯେ ଏହା ଧର୍ମତ୍ୟାଗୀମାନଙ୍କ ତରଫରୁ ଅଟେ । ଏପରି ତଥ୍ୟଗୁଡ଼ିକୁ ଦେଖିବା କିମ୍ବା ଶୁଣିବାରୁ ତୁରନ୍ତ ମନା କରିଦିଅନ୍ତୁ ।—ଯିହୂ ୩, ୪.
‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରନ୍ତୁ’ !—ଏକ ଝଲକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଇଣ୍ଟରେନେଟ୍ ଫୋରମ୍ ବ୍ୟବହାର କରିବା ସମୟରେ ଆମେ କାହିଁକି ସାବଧାନ ରହିବା ଉଚିତ୍ ?
-
ଆମେ ରୋମୀୟ ୧୬:୧୭ ପଦରେ ଦିଆଯାଇଥିବା ପରାମର୍ଶକୁ କିପରି ମାନିପାରିବା ?