ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନିଜକୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖନ୍ତୁ
“ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି ।” (ଗୀତ ୧୪୯:୪) ଯେହେତୁ ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ, ତଥାପି ଯିହୋବା ଆମ ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି । ସେ ଏହା ବି ଦେଖନ୍ତି ଯେ ଆମେ କʼଣ କʼଣ କରିପାରିବା । କିନ୍ତୁ କେବେ କେବେ କିଛି କାରଣ ଯୋଗୁଁ ହୁଏତ ଆମକୁ ନିଜଠାରେ କୌଣସି ଭଲ ଗୁଣ ଦେଖାଯିବ ନାହିଁ । ଯେପରି, ଯେବେ ଅନ୍ୟ ଲୋକମାନେ ଆମ ସହିତ ଖରାପ ବ୍ୟବହାର କରନ୍ତି, ତେବେ ଆମକୁ ଲାଗିପାରେ ଯେ ଆମଠାରେ କୌଣସି ଭଲ ଗୁଣ ନାହିଁ । କିମ୍ବା ପୂର୍ବେ ଆମେ କୌଣସି ଭୁଲ କରିଥିଲୁ, ଯାହାଯୋଗୁଁ ହୁଏତ ଆମକୁ ଲାଗିପାରେ ଯେ ଯିହୋବା ଆମକୁ ପ୍ରେମ କରିପାରିବେ ନାହିଁ । ଏହି ଭାବନାଗୁଡ଼ିକରୁ ଲଢ଼ିବା ପାଇଁ ଆମେ କʼଣ କରିପାରିବା ?
ମନେ ରଖନ୍ତୁ ଯେ ମଣିଷ ଯେତେ ଦେଖେ, ତାʼଠୁ ଅଧିକ ଯିହୋବା ଦେଖିପାରନ୍ତି । (୧ଶାମୁ ୧୬:୭) ଏପରିକି ଆମେ ନିଜଠାରେ ଯାହା ଦେଖିପାରି ନ ଥାଉ, ତାହା ବି ଯିହୋବା ଦେଖିପାରନ୍ତି । ଏହା କେତେ ଖୁସିର କଥା, ଆମେ ବାଇବଲରୁ ଜାଣିପାରୁ ଯେ ଯିହୋବା ଆମକୁ କେଉଁ ଦୃଷ୍ଟିକୋଣରୁ ଦେଖନ୍ତି । ବାଇବଲରେ ଏପରି ଅନେକ ପଦ ଓ ଉଦାହରଣ ଅଛି, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ନିଜ ଉପାସକମାନଙ୍କୁ କେତେ ପ୍ରେମ କରନ୍ତି ।
ନିଜ ହୃଦୟକୁ ଭରସା ଦିଅନ୍ତୁ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଜଣେ ପିଲା ଓ ତାʼ ବାପାଙ୍କ ଉଦାହରଣରୁ ଆମେ କʼଣ ଶିଖୁ ?
-
ଗମ୍ଭୀର ପାପ କଲା ପରେ ଯେବେ ଜଣେ ବ୍ୟକ୍ତି ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ଜରୁରୀ ପଦକ୍ଷେପ ନିଏ, ତେବେ ସେ ନିଜ ହୃଦୟକୁ କିପରି ଭରସା ଦେଇପାରିବ ଯେ ଯିହୋବା ତାକୁ ପ୍ରେମ କରନ୍ତି ?—୧ଯୋହ ୩:୧୯, ୨୦
-
ଯେବେ ଭାଇ ଜଣକ ଦାଉଦ ଓ ଯିହୋଶାଫଟ୍ଙ୍କ ବିଷୟରେ ପଢ଼ିଲେ ଓ ଚିନ୍ତନ କଲେ ତେବେ ତାଙ୍କୁ କʼଣ ଲାଭ ହେଲା ?