इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଲୋକମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଖୁସି ପାଆନ୍ତୁ

ଲୋକମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଖୁସି ପାଆନ୍ତୁ

ଲୋକମାନଙ୍କ ସହିତ ସାଧାରଣ ବିଷୟରେ କଥାବାର୍ତ୍ତା କରିବା କେବଳ ମଜାଦାର ନୁହଁ ବରଂ ଏହା ସାକ୍ଷ୍ୟ ଦେବାର ବି ବହୁତ ବଢ଼ିଆ ଉପାୟ ଅଟେ । କିନ୍ତୁ ଅନେକ ଥର ହୁଏତ ଆମେ କଥାବାର୍ତ୍ତା ଆରମ୍ଭ କରିବା ବିଷୟରେ ଭାବି ଡରିଯିବା, କାରଣ ହୁଏତ ଆମେ ଭାବୁଥିବା ଯେ ତାଙ୍କ ସହିତ ବାଇବଲର କଥାଗୁଡ଼ିକ ବିଷୟରେ କିପରି କହିବା । ତେଣୁ ସାକ୍ଷ୍ୟ କିପରି ଦେବା, ସେ ବିଷୟରେ ଅଧିକ ଭାବିବା ପରିବର୍ତ୍ତେ ଭଲ ହେବ ଯେ ଆପଣ ଲୋକମାନଙ୍କ ଉପରେ ଆଗ୍ରହ ଦେଖାନ୍ତୁ । (ମାଥି ୨୨:୩୯; ଫିଲିପ୍‌ ୨:୪) ତାʼପରେ କଥା କଥାରେ ଯେବେ ଆପଣଙ୍କୁ ସାକ୍ଷ୍ୟ ଦେବାର ସୁଯୋଗ ମିଳିବ, ତେବେ ଆପଣ ବାଇବଲରୁ କିଛି କଥା କହିପାରିବେ । ଆଉ ଏପରି କରିବା ପାଇଁ ଆମ ପାଖରେ ଅନେକ ପ୍ରକାଶନ ମଧ୍ୟ ଅଛି ।

ଯଦି କଥାବାର୍ତ୍ତା କରିବା ସମୟରେ କୌଣସି ଏପରି ବିଷୟ ଆସେ ଯାହା ଉପରେ ଆପଣ ସାକ୍ଷ୍ୟ ଦେଇପାରିବେ, ତେବେ ଆପଣ ଆଗକୁ ଦିଆଯାଇଥିବା ପ୍ରକାଶନଗୁଡ଼ିକର ବ୍ୟବହାର କିପରି କରିପାରିବେ ?

“ଲୁହା ଲୁହାକୁ ସତେଜ କରେ”—କଥାବାର୍ତ୍ତା କିପରି ଆରମ୍ଭ କରିବା ? ନାମକ ଭିଡିଓ ଦେଖନ୍ତୁ  । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:

କଥାବାର୍ତ୍ତା ଆରମ୍ଭ କରିବାର ଦକ୍ଷତା ବଢ଼ାଇବା ପାଇଁ ଆମେ କେଉଁ ତିନୋଟି ପଦକ୍ଷେପ ନେଇପାରିବା ?