इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା “ପିତୃହୀନମାନଙ୍କର ପିତା” ଅଟନ୍ତି

ଯିହୋବା “ପିତୃହୀନମାନଙ୍କର ପିତା” ଅଟନ୍ତି

ପ୍ରତିବର୍ଷ ଅନେକ ଯୁବା ଯିହୋବାଙ୍କ ସାଙ୍ଗ ହେବାର ନିଷ୍ପତ୍ତି ନିଅନ୍ତି । (ଗୀତ ୧୧୦:୩) ଯଦି ଆପଣ ସେମଧ୍ୟରୁ ଜଣେ ଅଟନ୍ତି ତେବେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ଚିନ୍ତା କରନ୍ତି । ସେ ବୁଝନ୍ତି ଯେ ଆପଣଙ୍କ ପାଇଁ ତାଙ୍କ ସେବା କରିବା ସହଜ ନୁହେଁ । ତେଣୁ ସେ ପ୍ରତିଜ୍ଞା କରନ୍ତି ଯେ ସେ ଆପଣଙ୍କ ସାହାଯ୍ୟ କରିବେ କିମ୍ବା ଯଦି ଆପଣଙ୍କ ଲାଳନପାଳନ କେବଳ ଆପଣଙ୍କ ମାଆ କିମ୍ବା ଆପଣଙ୍କ ବାପା କରୁଛନ୍ତି, ତେବେ ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କୁ ସମ୍ଭାଳିବେ । ବାଇବଲରେ ଲେଖାଅଛି ଯେ ସେ “ପିତୃହୀନମାନଙ୍କର ପିତା” ଅଟନ୍ତି । (ଗୀତ ୬୮:୫) ଆପଣଙ୍କ ଘରର ପରିସ୍ଥିତି ଯାହା ବି ଥାଉ ନା କାହିଁକି ଆପଣ ଯିହୋବାଙ୍କଠୁ ଶିଖିପାରିବେ ଓ ତାଙ୍କ ସେବା କରିବାରେ ସଫଳ ହୋଇପାରିବେ ।—୧ପିତ ୫:୧୦.

ସେମାନେ ବିଶ୍ୱାସ ଯୋଗୁଁ ପ୍ରାଣପଣରେ ଯୁଦ୍ଧ କରୁଛନ୍ତି—ଯେଉଁମାନଙ୍କ ଲାଳନପାଳନ କେବଳ ମାଆ କିମ୍ବା ବାପା କରୁଛନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଟାମି, ଚାଲର୍ସ ଓ ଜିମିଠାରୁ ଆପଣ କʼଣ ଶିଖିଲେ ?

  • ଯେଉଁ ପିଲାମାନଙ୍କ ଲାଳନପାଳନ କେବଳ ମାଆ କିମ୍ବା ବାପା କରୁଛନ୍ତି ସେମାନେ ଗୀତସଂହିତା ୨୭:୧୦ ପଦ ମୁତାବକ କେଉଁ କଥା ଉପରେ ଭରସା ରଖିପାରିବେ ?