इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୦-୨୬ ମେ

ଗୀତ ୧୦୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମେ କାହିଁକି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍‌ ?

(୧୦ ମି.)

ଏପରି କରିବାରୁ ଆମକୁ ଖୁସି ମିଳେ (ଗୀତ ୪୧:୧; ପ୍ର୧୮.୦୮-ହି ପୃ ୨୨ ¶୧୬-୧୮)

ଯଦି ଆମେ ଏପରି କରିବା, ତେବେ ଯିହୋବା ଆମକୁ ସାହାଯ୍ୟ କରିବେ (ଗୀତ ୪୧:୨-୪; ପ୍ର୧୫-ହି ୧୨/୧୫ ପୃ ୨୪ ¶୭)

ଏଥିରୁ ଯିହୋବାଙ୍କ ପ୍ରଶଂସା ହୁଏ (ଗୀତ ୪୧:୧୩; ହିତୋ ୧୪:୩୧; ପ୍ର୧୭.୦୯-ହି ପୃ ୧୨ ¶୧୭)

ନିଜକୁ ପଚାରନ୍ତୁ: ‘ଯଦି ମଣ୍ଡଳୀରେ କାହାରିକୁ JW ଲାଇବ୍ରେରୀ ଆପ୍‌ କିପରି ବ୍ୟବହାର କରିବାର ଅଛି, ତାହା ଜାଣିବା ପାଇଁ ସାହାଯ୍ୟ ଦରକାର, ତେବେ କʼଣ ମୁଁ ତାଙ୍କ ସାହାଯ୍ୟ କରିପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୪୦:୫-୧୦—ଯଦି ଆମେ ଯିହୋବାଙ୍କୁ ବିଶ୍ୱର ମାଲିକ ବୋଲି ସ୍ୱୀକାର କରୁ, ତେବେ ଆମେ କʼଣ କରିବା ? (ଇନସାଇଟ୍‌-୨ ପୃ ୧୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏପରି ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ ଯିଏ ଖୁସି ଦେଖାଯାଉଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏପରି ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ ଯିଏ ଦୁଃଖି ଦେଖାଯାଉଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୪ ପଏଣ୍ଟ ନଂ. ୬ । ବିଦ୍ୟାର୍ଥୀଙ୍କୁ ସଭାରେ ଭାଗ ନେବା ପାଇଁ ଡର ଲାଗେ । ତାଙ୍କୁ “ଅଧିକ ଜାଣନ୍ତୁ” ଭାଗରେ ଦିଆଯାଇଥିବା ଗୋଟିଏ ଲେଖା, “ମଣ୍ଡଳୀରେ ଯିହୋବାଙ୍କର ପ୍ରଶଂସା କରନ୍ତୁ” ଭାଗରୁ ଗୋଟିଏ ପଏଣ୍ଟ କହନ୍ତୁ ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୩୮

୭. ବୃଦ୍ଧ ଭାଇଭଉଣୀମାନଙ୍କ ମଙ୍ଗଳ କରନ୍ତୁ

(୧୫ ମି.) ଆଲୋଚନା ।

ଯିହୋବା ଏବଂ ଆମେ ସମସ୍ତେ ନିଜ ମଣ୍ଡଳୀର ବୃଦ୍ଧ ଭାଇଭଉଣୀମାନଙ୍କର ବହୁତ କୃତଜ୍ଞ ମନେକରୁ, କାରଣ ସେମାନେ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରନ୍ତି । (ଏବ୍ରୀ ୬:୧୦) ସେମାନେ ଅନେକ ବର୍ଷରୁ ଭାଇଭଉଣୀମାନଙ୍କୁ ଶିଖାଇବା ଓ ଅଲଗା ଅଲଗା କାମଗୁଡ଼ିକର ଟ୍ରେନିଙ୍ଗ ଦେବା ଏବଂ ଉତ୍ସାହ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି । ହୁଏତ ସେମାନେ ଅନେକ ଉପାୟରୁ ଆପଣଙ୍କୁ ସାହାଯ୍ୟ କରିଥିବେ । ତାହେଲେ ସେମାନେ ଯାହା କରିଛନ୍ତି ଏବଂ ଏବେ ବି ଯାହା କରୁଛନ୍ତି, ତାʼପାଇଁ ଆପଣ କିପରି ନିଜ କୃତଜ୍ଞତା ଦେଖାଇପାରିବେ ?

‘ଭାଇଭଉଣୀମାନଙ୍କ ମଙ୍ଗଳ କରନ୍ତୁ’ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ବୃଦ୍ଧ ଭାଇ ହୋଜିଙ୍ଗ୍‌ଙ୍କଠାରୁ ଯିହୁନ୍‌ କʼଣ କʼଣ ଶିଖିଲା ?

  • ମଣ୍ଡଳୀର ବୃଦ୍ଧ ଭାଇଭଉଣୀମାନଙ୍କୁ ଆପଣ କାହିଁକି ବହୁମୂଲ୍ୟ ମନେକରନ୍ତି ?

  • ଦୟାଳୁ ଶମିରୋଣୀୟଙ୍କ କାହାଣୀରୁ ଆମେ କʼଣ ଶିଖୁ ?

  • ଆପଣଙ୍କୁ ଏପରି କାହିଁକି ଲାଗେ ଯେ ବୃଦ୍ଧ ଭାଇ ହୋଜିନ୍‌ କୋଙ୍ଗ୍‌ଙ୍କୁ ସାହାଯ୍ୟ କରିବା ପାଇଁ ଯିହୁନ୍‌ ଅନ୍ୟ ଭାଇଭଉଣୀଙ୍କୁ ସାମିଲ୍‌ କରି ଭଲ କଲା ?

ଯଦି ଆମେ ଏବିଷୟରେ ଭାବିବା ଯେ ଆମ ମଣ୍ଡଳୀର ବୃଦ୍ଧ ଭାଇଭଉଣୀମାନଙ୍କୁ କେଉଁ ଜିନିଷର ଆବଶ୍ୟକତା ଅଛି, ତେବେ ଆମକୁ ସେମାନଙ୍କ ସାହାଯ୍ୟ କରିବା ପାଇଁ ଅନେକ ଉପାୟ ମିଳିବ । ଯେବେ ଆପଣଙ୍କୁ ଜଣାପଡ଼େ ଯେ କୌଣସି ବୃଦ୍ଧ ଭାଇଭଉଣୀମାନଙ୍କୁ କିଛି ସାହାଯ୍ୟ ଦରକାର, ତେବେ ଭାବନ୍ତୁ ଯେ କʼଣ ଆପଣ ସେହି ସାହାଯ୍ୟ କରିପାରିବେ ।—ଯାକୁ ୨:୧୫, ୧୬.

ଗାଲାତୀୟ ୬:୧୦ ପଢ଼ନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆପଣ କେଉଁ ଉପାୟଗୁଡ଼ିକରୁ ନିଜ ମଣ୍ଡଳୀର ବୃଦ୍ଧ ଭାଇଭଉଣୀମାନଙ୍କ ‘ମଙ୍ଗଳ କରିପାରିବେ’ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୮ ଏବଂ ପ୍ରାର୍ଥନା