इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୭ ମେ–୨ ଜୁନ୍‌

ଗୀତସଂହିତା ୪୨–୪୪

୨୭ ମେ–୨ ଜୁନ୍‌

ଗୀତ ୮୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବାଙ୍କଠାରୁ ମିଳୁଥିବା ଶିକ୍ଷାଗୁଡ଼ିକରୁ ପୂରାପୂରି ଲାଭ ପାଆନ୍ତୁ

(୧୦ ମି.)

ଅନ୍ୟମାନଙ୍କ ସହ ମିଶି ଯିହୋବାଙ୍କ ଉପାସନା କରନ୍ତୁ । ଆଉ ଯଦି ହୋଇପାରେ ସଭା ପାଇଁ ରାଜ୍ୟଘରେ ଯାʼନ୍ତୁ । (ଗୀତ ୪୨:୪, ୫; ପ୍ର୦୬-ହି ୬/୧ ପୃ ୯ ¶୪)

ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା ପୂର୍ବରୁ ପ୍ରାର୍ଥନା କରନ୍ତୁ (ଗୀତ ୪୨:୮; ପ୍ର୧୨-ହି ୧/୧୫ ପୃ ୧୫ ¶୨)

ଜୀବନର ସବୁ କ୍ଷେତ୍ରରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନନ୍ତୁ (ଗୀତ ୪୩:୩)

ଈଶ୍ୱର ଯେଉଁ ଶିକ୍ଷା ଦିଅନ୍ତି ସେଥିରୁ ଆମେ ସମସ୍ୟାଗୁଡ଼ିକର ସାମନା କରିପାରୁ ଏବଂ ଆମେ ନିଜ ସମର୍ପଣର ପ୍ରତିଜ୍ଞା ଅନୁସାରେ କାମ କରିପାରୁ ।—୧ପିତ ୫:୧୦; ପ୍ର୧୬.୦୯-ହି ପୃ ୫-୬ ¶୧୧-୧୨.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୪୪:୧୮, ୧୯—‘ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ କରିଅଛ’ ଏହାର ଅର୍ଥ କʼଣ ହୋଇପାରେ ? (ଇନସାଇଟ୍‌-୧ ପୃ ୧୨୪୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ଘର ମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୫ ମି.) ଘର ଘର ପ୍ରଚାର । ଘର ମାଲିକଙ୍କୁ ପରବର୍ତ୍ତୀ ଜନଭାଷଣ ପାଇଁ ଡାକନ୍ତୁ । ରାଜ୍ୟଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୫)

୬. ଭାଷଣ

(୩ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୪—ବିଷୟ: ଭବିଷ୍ୟତରେ ସମସ୍ତଙ୍କର ଭଲ ସ୍ୱାସ୍ଥ୍ୟ ଥିବ । (ଶିଖାଇବା ଅଧ୍ୟୟନ ୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୨୧

୭. ଶିକ୍ଷା ଓ କାମ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ

(୧୫ ମି.) ଆଲୋଚନା ।

ଯୁବାମାନେ, ସ୍କୁଲପଢ଼ା ସରିଲା ପରେ ତମେ କʼଣ କରିବା ପାଇଁ ଚାହୁଁଛ ? ହୁଏତ ତମେ ଆଗରୁ ଭାବି ନେଇଥିବ ଯେ ତମେ କେଉଁ ଚାକିରି କରିବ, ଯାହାଦ୍ୱାରା ତମେ ଅଗ୍ରଦୂତ ସେବା ବି କରିପାରିବ । କିମ୍ବା ଏପରି କରିବା ପାଇଁ ତମେ ଗୋଟିଏ କୋର୍ସ କରିବା ବିଷୟରେ ଭାବୁଥିବ, ଯେଉଁଥିରୁ ତମେ କୌଣସି କୌଶଳ ଶିଖିପାରିବ କିମ୍ବା ତମକୁ କୌଣସି ଲାଇସେନ୍ସ କିମ୍ବା ଡିପ୍ଲୋମା ମିଳିପାରିବ । ଏବେ ତମକୁ ଜୀବନରେ କିଛି କରିବାର ଅଛି । ହୋଇପାରେ, ତମ ମନରେ ବହୁତ କିଛି ଚାଲୁଥିବ । ତମ ଆଗରେ ଅନେକ ରାସ୍ତା ଅଛି । ହୁଏତ ତମେ କିଛି କରିବା ପାଇଁ ଚାହୁଁଥିବ, କିନ୍ତୁ ଅନ୍ୟମାନେ ତମଠାରୁ କିଛି ଅଲଗା ହିଁ ଆଶା କରୁଥିବେ । ଏପରି ପରିସ୍ଥିତିରେ ତମେ କʼଣ ନିଷ୍ପତ୍ତି ନେଇପାରିବ ?

ମାଥିଉ ୬:୩୨, ୩୩ ପଢ଼ନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • କୌଣସି କାମ କିମ୍ବା ଶିକ୍ଷା ନେବା ପୂର୍ବରୁ ଈଶ୍ୱରଙ୍କ ସେବା ସହ ଜଡ଼ିତ ଲକ୍ଷ୍ୟ ରଖିବା କାହିଁକି ଭଲ ରହିବ ?

  • ବାପାମାଆ ନିଜ ପିଲାମାନଙ୍କୁ ମାଥିଉ ୬:୩୨, ୩୩ ପଦର ସିଦ୍ଧାନ୍ତ ମାନିବା ପାଇଁ କିପରି ସାହାଯ୍ୟ କରିପାରିବେ ?—ଗୀତ ୭୮:୪-୭.

ଏହି ମାମଲାଗୁଡ଼ିକରେ ନିଷ୍ପତ୍ତି ନେବା ସମୟରେ ଭାବ ଯେ କʼଣ ତମ ମନରେ ବହୁତ ପଇସା ରୋଜଗାର କରିବା କିମ୍ବା ବଡ଼ ନାମ ଅର୍ଜନ କରିବାର ଇଚ୍ଛା ତ ନାହିଁ । (୧ଯୋହ ୨:୧୫, ୧୭) ମନେରଖ, ଅଧିକ ଧନସମ୍ପତ୍ତି ଥିଲେ ହୁଏତ ଜଣେ ମଣିଷ ପାଇଁ ନିଜ ଜୀବନରେ ରାଜ୍ୟକୁ ପ୍ରଥମ ସ୍ଥାନ ଦେବା କଠିନ ହୋଇଯିବ । (ଲୂକ ୧୮:୨୪-୨୭) ଯଦି ଜଣେ ବ୍ୟକ୍ତି ଅଧିକ ପଇସା ରୋଜଗାର କରିବାରେ ଲାଗିରହେ, ତେବେ ତାʼ ପାଇଁ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ହୁଏତ କଠିନ ହୋଇପାରେ ।—ମାଥି ୬:୨୪; ମାର୍କ ୮:୩୬.

ଯାହା ଶେଷ ହେବାକୁ ଯାଉଛି, ତାʼ ଉପରେ ଭରସା କରନ୍ତୁ ନାହିଁ—ଧନସମ୍ପତ୍ତି ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ହିତୋପଦେଶ ୨୩:୪, ୫ ପଦକୁ ଧ୍ୟାନରେ ରଖିବା ଦ୍ୱାରା ତମେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୪୭ ଏବଂ ପ୍ରାର୍ଥନା