ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଦାବେଳେ ଯିହୋବାଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ
ଯଦି କୌଣସି ଚାକିରି ଆମକୁ ମିଳୁ ନାହିଁ, ତେବେ ଈଶ୍ୱରଙ୍କ ରାଜ୍ୟ ଓ ତାହାଙ୍କ ଧାର୍ମିକ ମାନଦଣ୍ଡଗୁଡ଼ିକୁ ପ୍ରଥମ ସ୍ଥାନ ଦେବା ଆମ ପାଇଁ କଠିନ ହୋଇପାରେ । ଏପରି ପରିସ୍ଥିତିରେ ହୁଏତ ଆମକୁ ଲାଗିପାରେ ଯାହା ବି ଚାକିରି ମିଳୁଛି ତାହା କରିବା ଉଚିତ୍, ତେଣିକି ଯାହା ବି ହେଉ ଏହା ଯିହୋବାଙ୍କ ସେବାରେ ବାଧା ଆଣୁ କିମ୍ବା ତାହାଙ୍କ ଧାର୍ମିକ ମାନଦଣ୍ଡ ବିରୋଧରେ ଯାଉ । କିନ୍ତୁ ଏପରି କରିବା ପରିବର୍ତ୍ତେ ଆମେ ଯିହୋବାଙ୍କ ଉପରେ ଭରସା ରଖିପାରିବା ଯେ ସେ ଆମକୁ ସାହାଯ୍ୟ କରିବେ । ସେ ସେମାନଙ୍କୁ ସାହାଯ୍ୟ କରନ୍ତି, ‘ଯେଉଁମାନଙ୍କର ଅନ୍ତକରଣ ତାହାଙ୍କ ଉପରେ ଲାଗି ରହେ ।’ (୨ବଂଶା ୧୬:୯) ଯିହୋବା ଆମର ପ୍ରେମୀ ପିତା ଅଟନ୍ତି । ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ଆମକୁ ସାହାଯ୍ୟ କରିପାରିବେ ଏବଂ ଆମ ଆବଶ୍ୟକତାଗୁଡ଼ିକ ପୂରଣ କରିପାରିବେ । (ରୋମୀ ୮:୩୨) ତେଣୁ ଚାକିରି ପାଇଁ ନିଷ୍ପତ୍ତି ନେଲାବେଳେ ଆମକୁ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍ ଓ ତାହାଙ୍କ ସେବାକୁ ସଦାବେଳେ ପ୍ରଥମ ସ୍ଥାନ ଦେବା ଉଚିତ୍ ।—ଗୀତ ୧୬:୮.
ଯିହୋବାଙ୍କ ପାଇଁ ହୃଦୟରୁ କାମ କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଜେସନ କାହିଁକି ଲାଞ୍ଚ ନେଲା ନାହିଁ ?
-
କଲସୀୟ ୩:୨୩ ପଦରେ ଥିବା ପରାମର୍ଶକୁ ଆମେ କିପରି ମାନିପାରିବା ?
-
ଜେସନଙ୍କ କଥାବାର୍ତ୍ତା ଥୋମାସକୁ କʼଣ ପ୍ରଭାବ ପକାଇଲା ?
-
ମାଥିଉ ୬:୨୨ ପଦରେ ଥିବା ପରାମର୍ଶକୁ ଆମେ କିପରି ମାନିପାରିବା ?