ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
ଅନୁସନ୍ଧାନର ଉପକରଣ ବ୍ୟବହାର କରନ୍ତୁ
ଯିହୋବା ଆମକୁ ଏପରି ଅନେକ ଉପକରଣ ଦେଇଛନ୍ତି, ଯାହା ସାହାଯ୍ୟରେ ଆମେ ଭଲଭାବେ ଶିଖାଇପାରୁ । ଯେପରି ଭିଡିଓ, ଟ୍ରାକ୍ଟ, ପତ୍ରିକା, ପୁସ୍ତିକା, ବହି ଇତ୍ୟାଦି । ଏହା ଛଡ଼ା ବାଇବଲ ଆମର ସବୁଠାରୁ ବିଶେଷ ଉପକରଣ ଅଟେ । (୨ତୀମ ୩:୧୬) ସେ ଆମକୁ ଅନୁସନ୍ଧାନ କରିବାର ଉପକରଣ ମଧ୍ୟ ଦେଇଛନ୍ତି, ଯାହାଫଳରେ ଆମେ ପଦଗୁଡ଼ିକୁ ବୁଝାଇପାରିବା । ଯେପରି ୱାଚଟାୱର ଲାଇବ୍ରେରୀ, JW ଲାଇବ୍ରେରୀ ଆପ୍, ୱାଚଟାୱର ଅନଲାଇନ୍ ଲାଇବ୍ରେରୀ ଓ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍ ।
ଆପଣଙ୍କଠାରେ ଅନୁସନ୍ଧାନ କରିବାର ଯେତେ ମଧ୍ୟ ଉପକରଣ ଅଛି, ସେଗୁଡ଼ିକ ସାହାଯ୍ୟରେ ଗଭୀର ଭାବେ ଗବେଷଣା କରନ୍ତୁ । ଏପରି କଲେ ଆପଣଙ୍କୁ ବହୁତ ଖୁସି ମିଳିବ । ନିଜ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଏହି ଉପକରଣଗୁଡ଼ିକ ସାହାଯ୍ୟରେ ଅନୁସନ୍ଧାନ କରିବା ଶିଖାନ୍ତୁ । ଯେବେ ସେମାନେ ନିଜେ ଖୋଜିବେ ଏବଂ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବେ ତେବେ ସେମାନଙ୍କୁ ବହୁତ ଖୁସି ମିଳିବ ।
ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ଅନୁସନ୍ଧାନର ଉପକରଣ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।
-
ନମ୍ରତା ସୃଷ୍ଟି ବିଷୟରେ କʼଣ କହିଲେ ?
-
ନୀତାଙ୍କୁ ଏବିଷୟରେ ତଥ୍ୟ କେଉଁଠୁ ମିଳିଲା ?
-
ସେ ସେହି ତଥ୍ୟଗୁଡ଼ିକୁ କିପରି ଖୋଜିଲେ, ଯାହାଫଳରେ ସେ ନମ୍ରତାଙ୍କୁ ବୁଝାଇପାରିଲେ ?
-
ଅନୁସନ୍ଧାନ କରିବାର ଉପକରଣ ବ୍ୟବହାର କରିବା ପରେ ନୀତାଙ୍କୁ କିପରି ଲାଗିଲା ?