इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !

ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !

ନଭେମ୍ବର ମାସରେ ଆମେ ଏହି ଖୁସିର ଖବର ପ୍ରଚାର କରିବା ପାଇଁ ପୂରା ଚେଷ୍ଟା କରିବା ଯେ ନୂଆ ଦୁନିଆ ପାଖେଇ ଆସୁଛି । (ଗୀତ ୩୭:୧୦, ୧୧; ପ୍ରକା ୨୧:୩-୫) ଏହି ଅଭିଯାନରେ ଅଧିକରୁ ଅଧିକ ଭାବେ ଭାଗ ନେବା ପାଇଁ ନିଜ କାମଧନ୍ଦାରୁ କିଛି ପରିବର୍ତ୍ତନ କରନ୍ତୁ । ଯଦି ଆପଣ ନଭେମ୍ବର ମାସରେ ସହଯୋଗୀ ପାଇନିୟର ସେବା କରିବେ, ତେବେ ଆପଣ ଚାହିଁଲେ ୩୦ କିମ୍ବା ୫୦ ଘଣ୍ଟା ପ୍ରଚାର କରିପାରିବେ ।

ନୂଆ ଦୁନିଆ ବିଷୟରେ କିଛି ପଦଗୁଡ଼ିକୁ ଭାବିକି ରଖନ୍ତୁ, ଯାହାଫଳରେ ଆପଣ ଅଧିକରୁ ଅଧିକ ଲୋକମାନଙ୍କୁ କହିପାରିବେ । ଭାବନ୍ତୁ ଯେ ଆପଣଙ୍କ ଅଞ୍ଚଳର ଲୋକମାନଙ୍କୁ କେଉଁ ପଦ ଭଲ ଲାଗିବ । ଯଦି କେହି ପ୍ରଥମ ସାକ୍ଷାତରେ ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ୨୦୨୧ ମସିହାର ଲୋକମାନଙ୍କ ପାଇଁ ପ୍ରହରୀ ଦୁର୍ଗ ସଂସ୍କରଣର ଅଙ୍କ ୨ ଦିଅନ୍ତୁ । ତାʼପରେ ଯେତେ ଶିଘ୍ର ହୋଇପାରିବ ତାଙ୍କ ସହିତ ପୁନଃସାକ୍ଷାତ କରନ୍ତୁ ଓ ଖୁସିଭରା ଜୀବନ ପୁସ୍ତିକା ରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆମେ “ମଙ୍ଗଳର ସୁସମାଚାର” ପ୍ରଚାର କରିବାରେ ସମ୍ପୁର୍ଣ୍ଣ ଲାଗି ରହିବା, ତେବେ ଆମକୁ ବହୁତ ଖୁସି ମିଳିବ ।—ଯିଶା ୫୨:୭.

ନୂଆ ଦୁନିଆ ହେବ ନାମକ ଭିଡିଓର ପ୍ରସାରଣ ଗୀତ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସେହି ଛୋଟ ଝିଅ କେଉଁ ଭଲ ଜୀବନ ବିଷୟରେ କଳ୍ପନା କରୁଛି ?

  • ନୂଆ ଦୁନିଆରେ ବିଶେଷ କରି କେଉଁ କେଉଁ ଆଶିଷ ପାଇଁ ଆପଣ ଅପେକ୍ଷା କରୁଛନ୍ତି ?

  • ନୂଆ ଦୁନିଆ ବିଷୟରେ ଚିନ୍ତନ କରିବା ଦ୍ୱାରା ଆପଣ କାହିଁକି ନଭେମ୍ବର ମାସ ଅଭିଯାନରେ ଅଧିକରୁ ଅଧିକ ଭାଗ ନେବାକୁ ଚାହିଁବେ ?—ଲୂକ ୬:୪୫.