ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ମୂଲ୍ୟବାନ ଉତ୍ତରାଧିକାର ପାଇବାର ସୁଯୋଗ ହରାନ୍ତୁ ନାହିଁ
କାଲେବ ଶକ୍ତିଶାଳୀ ଶତ୍ରୁମାନଙ୍କୁ ତଡ଼ିଦେଇ ନିଜର ମୂଲ୍ୟବାନ ଉତ୍ତରାଧିକାର ରକ୍ଷା କଲେ (ଯିହୋ ୧୫:୧୪; ଇନସାଇଟ୍-୧ ପୃ ୧୦୮୩ ¶୩)
କିଛି ଇସ୍ରାଏଲୀୟମାନେ ନିଜ ଉତ୍ତରାଧିକାରର ଜମିକୁ ମିଥ୍ୟା ଉପାସକ ମାନଙ୍କଠାରୁ ରକ୍ଷା କରିପାରିଲେ ନାହିଁ (ଯିହୋ ୧୬:୧୦; ଇନସାଇଟ୍-୧ ପୃ ୪୮୪)
ଯିହୋବା ସେହି ଲୋକମାନଙ୍କ ପାଇଁ ଲଢ଼ିଲେ ଯେଉଁମାନେ ପ୍ରକୃତରେ ଉତ୍ତରାଧିକାରର ଜମି ରକ୍ଷା କରିବାକୁ ଚାହୁଁଥିଲେ (ଦ୍ୱିବି ୨୦:୧-୪; ଯିହୋ ୧୭:୧୭, ୧୮; ଇନସାଇଟ୍-୧ ପୃ ୪୦୨ ¶୩)
ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଉତ୍ତରାଧିକାର ଭାବେ ଅନନ୍ତ ଜୀବନ ଦେବେ । ବାଇବଲର ଅଧ୍ୟୟନ କରି, ସଭାଗୁଡ଼ିକରେ ଓ ପ୍ରଚାର ସେବାରେ ଯାଇ ଏବଂ ପ୍ରାର୍ଥନା କରି ଆମେ ନିଜକୁ ମଜବୁତ କରିପାରିବା, ଯାହାଫଳରେ ଆମେ ଭୁଲ କାମ ଆଡ଼କୁ ଆକର୍ଷିତ ନ ହୋଇ, ଉତ୍ତରାଧିକାର ପାଇବାର ସୁଯୋଗକୁ ହାତଛଡ଼ା ହେବାକୁ ଦେବା ନାହିଁ ।
ନିଜକୁ ପଚାରନ୍ତୁ, “ଉତ୍ତରାଧିକାର ପାଇବା ପାଇଁ ମୁଁ କʼଣ କରୁଛି ?”