ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ଖାସ୍ କଥା
କʼଣ ଆପଣଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରେ ଥିବା ଭିଡିଓ ଦେଖାଇବା ଭଲ ଲାଗେ ? ବିଦ୍ୟାର୍ଥୀମାନଙ୍କ ମନର କଥା ଜାଣିବା ପାଇଁ ଯେଉଁ ପ୍ରଶ୍ନ ଦିଆଯାଇଛି, ତାହା ପଚାରି କʼଣ ଆପଣଙ୍କୁ ସାହାଯ୍ୟ ମିଳିଛି ? କʼଣ ଆପଣ “କିଛି ଲୋକ କହନ୍ତି”, “ଲକ୍ଷ୍ୟ” ଏବଂ “ଅଧିକ ଜାଣନ୍ତୁ” ଭାଗଗୁଡ଼ିକର ବ୍ୟବହାର କରିଛନ୍ତି ? ଏହି ବହିର ଆହୁରି ଖାସ୍ କଥାଗୁଡ଼ିକ ଅଛି, ଯାହା ଆପଣ ଶିଷ୍ୟ କରିବା କାମରେ ବ୍ୟବହାର କରିପାରିବେ ।—ମାଥି ୨୮:୧୯, ୨୦.
ଭିଡିଓ ଏବଂ ଲେଖା: ଯଦି ଆପଣଙ୍କୁ ଛପା ଯାଇଥିବା ବହିରୁ ଅଧ୍ୟୟନ କରାଇବା ଭଲ ଲାଗେ, ତେବେ କʼଣ ଆପଣ ଚାହିଁବେ ଯେ ସବୁ ଭିଡିଓ ଏବଂ ଲେଖା ଆପଣଙ୍କୁ ସହଜରେ ଗୋଟିଏ ଜାଗାରେ ମିଳୁ ? ଏହା ପାଇଁ ଆପଣ ଇଲେକ୍ଟ୍ରୋନିକ୍ କପିରେ ପ୍ରତ୍ୟେକ ଭାଗର ଶେଷରେ “ଭିଡିଓ ଏବଂ ଲେଖା” ଉପରେ କ୍ଲିକ୍ କରିପାରିବେ । (ଚିତ୍ର ୧ ଦେଖନ୍ତୁ ।)
“ଛପା ସଂସ୍କରଣ” (Printed Edition): ଯଦି ଆପଣ ଇଲେକ୍ଟ୍ରୋନିକ୍ କପିରୁ ଅଧ୍ୟୟନ ଚଲାଉଛନ୍ତି, ତେବେ ଆପଣ ମଝି ମଝିରେ “ଛପା ସଂସ୍କରଣ” ସେଟିଙ୍ଗ୍ର ବ୍ୟବହାର କରିପାରିବେ । ତାʼପାଇଁ ଆପଣ ପୃଷ୍ଠାର ତିନି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାʼପରେ “ଛପା ସଂସ୍କରଣ” (Printed Edition) ବାଛନ୍ତୁ । ଏହି ସଂସ୍କରଣର ବ୍ୟବହାର କଲେ ଆପଣ ସ୍ପଷ୍ଟ ଜାଣିପାରିବେ ଯେ ପୂରା ପାଠରେ ଦିଆଯାଇଥିବା ତଥ୍ୟ ବିଷୟ ସହିତ କିପରି ଜଡ଼ିତ ଅଛି । ଡିଜିଟାଲ୍ ସଂସ୍କରଣକୁ ଫେରିବା ପାଇଁ ପୁଣି ସେହି ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ ଏବଂ “ଡିଜିଟାଲ୍ ସଂସ୍କରଣ” (Digital Edition) ବାଛନ୍ତୁ ।
“କʼଣ ମୁଁ ପ୍ରସ୍ତୁତ ଅଛି”: ଏହି ଭାଗ ବହିର ଶେଷରେ ଅଛି ଏବଂ ଏଥିରେ ଦୁଇଟି ବକ୍ସ ଅଛି । ଏଥିରେ ସଂକ୍ଷିପ୍ତରେ ଦିଆଯାଇଛି ଯେ ମଣ୍ଡଳୀ ସହ ପ୍ରଚାର କରିବା ଏବଂ ବାପ୍ତିସ୍ମ ନେବା ପାଇଁ ଜଣେ ବ୍ୟକ୍ତିଙ୍କଠାରେ କେଉଁ କେଉଁ ଯୋଗ୍ୟତା ହେବା ଉଚିତ୍ । (ଚିତ୍ର ୨ ଦେଖନ୍ତୁ ।)
ଅଧିକ ବିବରଣୀ: ଏଥିରେ କିଛି ଜରୁରୀ ବିଷୟଗୁଡ଼ିକୁ ଆହୁରି ଭଲଭାବେ ବୁଝାଇ ଦିଆଯାଇଛି । ବହିର ଇଲେକ୍ଟ୍ରୋନିକ୍ କପିରେ ପ୍ରତ୍ୟେକ ତଥ୍ୟର ଶେଷରେ ଗୋଟିଏ ଲିଙ୍କ୍ ଦିଆଯାଇଛି, ଯାହାକୁ କ୍ଲିକ୍ କଲେ ଆପଣ ପୁଣି ସେହି ପାଠକୁ ଯାଇପାରିବେ ଯାହା ଆପଣ ପଢ଼ୁଥିଲେ । (ଚିତ୍ର ୨ ଦେଖନ୍ତୁ ।)
ଯଦି ଆପଣଙ୍କ ବିଦ୍ୟାର୍ଥୀ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଅଧ୍ୟୟନ ଶେଷ କରିବା ପୂର୍ବରୁ ବାପ୍ତିସ୍ମ ନିଏ, ତଥାପି ଆପଣ ତାଙ୍କ ସହ ସେହି ବହିରୁ ଅଧ୍ୟୟନ ପୂରା କରନ୍ତୁ । ଆପଣ ଅଧ୍ୟୟନ କରିବାର ସମୟ, ପୁନଃସାକ୍ଷାତ ଏବଂ ଅଧ୍ୟୟନକୁ ପ୍ରଚାରର ରିପୋର୍ଟରେ ଲେଖିପାରିବେ । ଯଦି କେହି ପ୍ରଚାରକ ଆପଣଙ୍କ ସହ ଅଧ୍ୟୟନରେ ସାମିଲ୍ ହୁଅନ୍ତି, ତେବେ ସେ ମଧ୍ୟ ସମୟ ଗଣିପାରିବେ