ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
JW.ORG ୱେବସାଇଟ୍ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
ଏହି ଶେଷକାଳରେ ଆମ ସମସ୍ତଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । ଏହାର ସାମନା କରିବା ପାଇଁ ଈଶ୍ୱରଙ୍କ ବାକ୍ୟ, ବାଇବଲ ଆମକୁ ସାହାଯ୍ୟ କରିପାରିବ । (୨ତୀମ ୩:୧, ୧୬, ୧୭) କିନ୍ତୁ କିଛି ପରିସ୍ଥିତିରେ ଆମେ ବୁଝିପାରି ନ ଥାଉ ଯେ ବାଇବଲର କେଉଁ ସିଦ୍ଧାନ୍ତ ଲାଗୁ କରିବା । ଯେପରି, କʼଣ ଆପଣ ବାପାମାଆ ଅଟନ୍ତି ଏବଂ ନିଜ ପିଲାମାନଙ୍କ ଭଲଭାବେ ଲାଳନପାଳନ କରିବା ଆପଣଙ୍କୁ କଷ୍ଟ ଲାଗୁଛି ? କʼଣ ଆପଣ ଯୁବା ଅଟନ୍ତି ଏବଂ ଆପଣଙ୍କ ବିଶ୍ୱାସର ପରୀକ୍ଷା ହେଉଛି ? କʼଣ ଆପଣଙ୍କ ଜୀବନସାଥୀର ମୃତ୍ୟୁ ହୋଇଯାଇଛି ଏବଂ ଆପଣ ସେହି ଦୁଃଖରୁ ବାହାରି ପାରୁନାହାନ୍ତି ? ଯଦି ଏପରି ଅଟେ ତାହେଲେ ଆପଣ jw.org ୱେବସାଇଟ୍ରେ ଯାଇପାରିବେ । ସେଠାରେ ଏପରି ଭିନ୍ନ ଭିନ୍ନ ପରିସ୍ଥିତି ବିଷୟରେ ଲେଖା ଦିଆଯାଇଛି । ସେହି ଲେଖାଗୁଡ଼ିକରେ ବାଇବଲର ଅନେକ ସିଦ୍ଧାନ୍ତଗୁଡ଼ିକ ଦିଆଯାଇଛି, ଯେଉଁଥିରୁ ଆପଣଙ୍କୁ ସାହାଯ୍ୟ ମିଳିପାରିବ ।—ହିତୋ ୨:୩-୬.
jw.org ୱେବସାଇଟ୍ର ମୁଖ୍ୟ ପେଜ୍ରେ ଯାଇ ବାଇବଲରୁ ଜାଣନ୍ତୁ ଭାଗକୁ କ୍ଲିକ୍ କରନ୍ତୁ । (ଚିତ୍ର ୧ ଦେଖନ୍ତୁ ।) ତାʼପରେ ଯେଉଁ ସୂଚୀ ଖୋଲିବ, ସେମଧ୍ୟରୁ ନିଜ ପସନ୍ଦର ବିଷୟ ବାଛନ୍ତୁ । କିମ୍ବା ଲାଇବ୍ରେରୀ ଭାଗରେ କ୍ଲିକ୍ କରନ୍ତୁ, ତାʼପରେ ଲେଖାଗୁଡ଼ିକର ସିରିଜ୍ ଭାଗରେ ଯାଆନ୍ତୁ ଏବଂ ସେମଧ୍ୟରୁ ନିଜ ପସନ୍ଦର ବିଷୟ ବାଛନ୍ତୁ । (ଚିତ୍ର ୨ ଦେଖନ୍ତୁ ।) ଏହି ସବୁ ଭାଗ JW ଲାଇବ୍ରେରୀରେ ମଧ୍ୟ ଦିଆଯାଇଛି । a ଲାଇବ୍ରେରୀ ଓ ୱେବସାଇଟ୍ରେ ଦେଖନ୍ତୁ ଯେ କʼଣ କʼଣ ଲେଖା ଦିଆଯାଇଛି । ଏହା ଦେଖି ଆପଣଙ୍କୁ ବହୁତ ଭଲ ଲାଗିବ । jw.org ୱେବସାଇଟ୍ରେ ଲେଖା ଖୋଜିବା ପାଇଁ ଆଉ ଗୋଟିଏ ଉପାୟ ଅଛି, “ଖୋଜନ୍ତୁ” ବକ୍ସରେ ବିଷୟ ଟାଇପ୍ କରନ୍ତୁ ।
“ଖୋଜନ୍ତୁ” ବକ୍ସରେ ତଳେ ଦିଆଯାଇଥିବା ବିଷୟ ଟାଇପ୍ କରନ୍ତୁ । ସେହି ବିଷୟ ସହିତ ଜଡ଼ିତ ଅନେକ ଲେଖା ଆସିଯିବ । ତାʼପରେ ସେମଧ୍ୟରୁ ଯେଉଁ ଲେଖା ଆପଣ ପଢ଼ିବା ପାଇଁ ଚାହାନ୍ତି, ତାହା ନୋଟ୍ କରିନିଅନ୍ତୁ ।
-
ପିଲାଙ୍କ ଲାଳନପାଳନ
-
ଯୁବାମାନଙ୍କ ମଧ୍ୟରେ ନିରାଶା
-
ଜୀବନସାଥୀର ମୃତ୍ୟୁର ଦୁଃଖ
a କିଛି ଶୃଙ୍ଖଳାଗୁଡ଼ିକର ସବୁ ଲେଖା କେବଳ jw.org ୱେବସାଇଟ୍ରେ ଉପଲବ୍ଧ ଅଛି ।