इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୬-୨୨ ସେପ୍ଟେମ୍ବର

ଗୀତସଂହିତା ୮୫-୮୭

୧୬-୨୨ ସେପ୍ଟେମ୍ବର

ଗୀତ ୪୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ପ୍ରାର୍ଥନା କରିବା ଦ୍ୱାରା ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ ମିଳେ

(୧୦ ମି.)

ଖୁସି ରହିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ (ଗୀତ ୮୬:୪)

ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ତାଙ୍କୁ ସାହାଯ୍ୟ ମାଗନ୍ତୁ (ଗୀତ ୮୬:୧୧, ୧୨; ପ୍ର୧୨-ହି ୫/୧୫ ପୃ ୨୫ ¶୧୦)

ଭରସା ରଖନ୍ତୁ ଯେ ସେ ନିଶ୍ଚୟ ଆପଣଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେ (ଗୀତ ୮୬:୬, ୭; ପ୍ର୨୩.୦୫ ପୃ ୧୩ ¶୧୭-୧୮)


ନିଜକୁ ପଚାରନ୍ତୁ: ‘ଯେବେ ମୁଁ କୌଣସି ସମସ୍ୟାର ସାମନା କରେ, ତେବେ କʼଣ ମୁଁ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରେ ଏବଂ ଅଧିକ ସମୟ ଯାଏ କଥା ହୁଏ?’—ଗୀତ ୮୬:୩.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୮୬:୧୧—ଦାଉଦ ପ୍ରାର୍ଥନାରେ ଯାହା କହିଲେ, ସେଥିରୁ ଜଣେ ବ୍ୟକ୍ତିର ହୃଦୟ ବିଷୟରେ କʼଣ ଜଣାପଡ଼େ ? (ଇନସାଇଟ୍‌-୧ ପୃ ୧୦୫୮ ¶୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଘରମାଲିକ କିଛି ସମୟ ପୂର୍ବେ ଆପଣଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ହୋଇଥିବା କୌଣସି ଘଟଣାକୁ ନେଇ ଚିନ୍ତିତ ଅଛନ୍ତି । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୫ ପଏଣ୍ଟ ନଂ. ୫ । ନିଜ ବିଦ୍ୟାର୍ଥୀଙ୍କୁ କହନ୍ତୁ ଯେ ଆର ସପ୍ତାହ ଯେବେ ଆପଣ ନ ଥିବେ, ତେବେ ତାଙ୍କର ଅଧ୍ୟୟନ କିପରି ହେବ । (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୩

୭. ହାର ମାନ ନାହିଁ

(୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  •   ବେଳେବେଳେ ଆମକୁ ହୁଏତ କାହିଁକି ପ୍ରଚାର କରିବା ପାଇଁ ଇଚ୍ଛା ହୁଏନି ?

  •   ତଥାପି ଆମକୁ କାହିଁକି ହାର ମାନିବା ଉଚିତ ନୁହେଁ ?

୮. ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ଲଗାତାର ଚେଷ୍ଟା କରନ୍ତୁ

(୧୦ ମି.) ଆଲୋଚନା ।

ଏହି ମାସର ବିଶେଷ ଅଭିଯାନ ସମୟରେ, କʼଣ ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲେ ? ଯଦି ହଁ, ତେବେ ଆପଣ ବହୁତ ଖୁସି ଥିବେ । ଆଉ ଆପଣଙ୍କ ପରିଶ୍ରମର ପରିଣାମ ଦେଖି ଭାଇଭଉଣୀମାନଙ୍କର ମଧ୍ୟ ଉତ୍ସାହ ବଢ଼ିଥିବ । କିନ୍ତୁ ଯଦି ଆପଣ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲେ ନାହିଁ, ତେବେ ହୁଏତ ଆପଣଙ୍କୁ ଲାଗିବ ଯେ ଆପଣଙ୍କ ପରିଶ୍ରମ ବେକାର ହୋଇଗଲା । ନିରାଶାର ଏହି ଭାବନା ସହ ଲଢ଼ିବା ପାଇଁ ଆପଣ କʼଣ କରିପାରିବେ ?

‘ଆମେ ଦୀର୍ଘସହିଷ୍ଣୁତାରେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁ’—ପ୍ରଚାର କରିବା ସମୟରେ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯଦି ଆମକୁ ଲାଗେ ଯେ ପ୍ରଚାରରେ ଆମେ ଯେଉଁ ପରିଶ୍ରମ କରୁଛୁ ତାହା ‘ଶୂନ୍ୟରେ’ ଯାଉଛି, ତେବେ ୨ କରିନ୍ଥୀୟ ୬:୪, ପଦରୁ ଆମକୁ କʼଣ କରିବା ପାଇଁ ଉତ୍ସାହ ମିଳେ ?

  • ଏତେ ପରିଶ୍ରମ କରିବା ପରେ ମଧ୍ୟ ଯଦି ଆପଣ ବାଇବଲ ଅଧ୍ୟୟନ ଆରମ୍ଭ କରିପାରନ୍ତି ନାହିଁ, ତେବେ ଆପଣ କʼଣ କରିପାରିବେ ?

ମନେରଖନ୍ତୁ, ଆମର ଖୁସି ଏକଥା ଉପରେ ନିର୍ଭର କରେ ନାହିଁ ଯେ ଆମେ କେତୋଟି ବାଇବଲ ଅଧ୍ୟୟନ ଆରମ୍ଭ କରୁ କିମ୍ବା ଚଲାଉ । ତାʼ ପରିବର୍ତ୍ତେ ଆମକୁ ଏହା ଜାଣି ଖୁସି ଲାଗେ ଯେ ଯିହୋବା ଆମ ପରିଶ୍ରମକୁ ଦେଖି ଖୁସି ଅଛନ୍ତି । (ଲୂକ ୧୦:୧୭-୨୦) ତେଣୁ ପୂରା ହୃଦୟର ସହ ଏହି ଅଭିଯାନରେ ଭାଗ ନିଅନ୍ତୁ ଏବଂ ଭରସା ରଖନ୍ତୁ ଯେ “ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ ।”—୧କରି ୧୫:୫୮.

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୯ ଏବଂ ପ୍ରାର୍ଥନା