इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨-୮ ସେପ୍ଟେମ୍ବର

ଗୀତସଂହିତା ୭୯-୮୧

୨-୮ ସେପ୍ଟେମ୍ବର

ଗୀତ ୨୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବାଙ୍କ ଗୌରବମୟ ନାମ ପାଇଁ ନିଜ ପ୍ରେମ ଦେଖାନ୍ତୁ

(୧୦ ମି.)

ଏପରି କାମଗୁଡ଼ିକରୁ ଦୂରେଇ ରହନ୍ତୁ, ଯେଉଁଥିରୁ ଯିହୋବାଙ୍କ ନାମ ବଦନାମ ହୋଇପାରେ (ଗୀତ ୭୯:୯; ପ୍ର୧୭.୦୨-ହି ପୃ ୯ ¶୫)

ଯିହୋବାଙ୍କ ନାମର ମହିମା କରନ୍ତୁ (ଗୀତ ୮୦:୧୮; ବାଇବଲ ପଦଗୁଡ଼ିକର ଜ୍ଞାନ ପୃ ୩ ¶୪-୫)

ଯିହୋବା ସେହି ଲୋକମାନଙ୍କୁ ଅନେକ ଆଶିଷ ଦିଅନ୍ତି, ଯେଉଁମାନେ ତାଙ୍କ ଆଜ୍ଞା ପାଳନ କରନ୍ତି ଏବଂ ତାଙ୍କ ନାମ ପାଇଁ ନିଜ ପ୍ରେମ ଦେଖାନ୍ତି (ଗୀତ ୮୧:୧୩, ୧୬)

ଆମେ ଯିହୋବାଙ୍କ ସାକ୍ଷୀ ଅଟୁ, ଏହା ଲୋକମାନଙ୍କୁ କହିବା ଦ୍ୱାରା ଆମେ ଯିହୋବାଙ୍କ ନାମର ମହିମା କରିପାରିବା

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୮୦:୧—ବେଳେବେଳେ ଇସ୍ରାଏଲର ସମସ୍ତ ଗୋତ୍ର କାହିଁକି ଯୋଷେଫଙ୍କ ନାମରେ ପରିଚିତ ହେଉଥିଲେ ? (ଇନସାଇଟ୍‌-୨ ପୃ ୧୧୧)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୧ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୬. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୭. ପୁଣିଥରେ ଭେଟିବା ସମୟରେ

(୫ ମି.) ଘର ଘର ପ୍ରଚାର । ଆଗ୍ରହ ଦେଖାଉ ଥିବା ଜଣେ ବ୍ୟକ୍ତି ବାଇବଲ ଅଧ୍ୟୟନ କରିବା ପାଇଁ ମନା କରିଦେଇଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ଏବେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦

୮. ‘ସେମାନେ ଆମ୍ଭ ନାମକୁ ପବିତ୍ର କରିବେ’

(୧୫ ମି.) ଆଲୋଚନା ।

ଶୟତାନ ପ୍ରଥମ ଥର ଏଦନ ଉଦ୍ୟାନରେ ଯିହୋବାଙ୍କ ନାମ ବଦନାମ କରିଥିଲା । ସେସମୟରୁ ଆଜି ପର୍ଯ୍ୟନ୍ତ ସମସ୍ତ ସ୍ୱର୍ଗଦୂତ ଓ ମଣିଷମାନଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ୁଛି ଯେ ସେମାନେ ଯିହୋବାଙ୍କ ନାମର ଆଦର କରିବେ ନା ନାହିଁ ।

ଧ୍ୟାନ ଦିଅନ୍ତୁ ଯେ ଶୟତାନ ଯିହୋବାଙ୍କ ନାମକୁ ବଦନାମ କରିବା ପାଇଁ କେତେ ବଡ଼ ବଡ଼ ମିଛ କହିଥିଲା । ଯେପରି, ସେ କହିଲା ଯେ ଯିହୋବା ଖରାପ ଓ ନିଷ୍ଠୁର ରାଜା ଅଟନ୍ତି । (ଆଦି ୩:୧-୬; ଆୟୁ ୪:୧୮, ୧୯) ସେ ଦାବି କଲା ଯେ ଯେଉଁ ଲୋକମାନେ ଯିହୋବାଙ୍କ ଉପାସନା କରନ୍ତି, ସେମାନେ ପ୍ରକୃତରେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ । (ଆୟୁ ୨:୪, ୫) ସେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଏ କଥାର ଭରସା କରାଇଲା ଯେ ଯିହୋବା ଏହି ସୁନ୍ଦର ପୃଥିବୀ ଓ ସେଥିରେ ଥିବା ଜିନିଷଗୁଡ଼ିକର ସୃଷ୍ଟି କରି ନାହାନ୍ତି ।—ରୋମୀ ୧:୨୦, ୨୧.

ଏସବୁ ଶୁଣି ଆପଣଙ୍କୁ କିପରି ଲାଗେ ? କʼଣ ଆପଣଙ୍କୁ ଯିହୋବାଙ୍କ ବିଷୟରେ ଲୋକମାନଙ୍କୁ ସତ କଥା କହିବା ପାଇଁ ଇଚ୍ଛା ହୁଏନି ? ଯିହୋବା ଜାଣିଥିଲେ ଯେ ତାଙ୍କ ଲୋକମାନେ ତାଙ୍କ ନାମକୁ ପବିତ୍ର କରିବା ପାଇଁ ସାହାଯ୍ୟ କରିବେ । (ଯିଶା ୨୯:୨୩) ଆପଣ ଏହା କିପରି କରିପାରିବେ ?

  • ଯିହୋବାଙ୍କ ବିଷୟରେ ଜାଣିବା ଓ ତାଙ୍କୁ ପ୍ରେମ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ । (ଯୋହ ୧୭:୨୫, ୨୬) ଯିହୋବା ପ୍ରକୃତରେ ଅଛନ୍ତି, ଏ କଥାର ପ୍ରମାଣ ଦେବା ଓ ତାଙ୍କ ବଢ଼ିଆ ଗୁଣଗୁଡ଼ିକ ବିଷୟରେ କହିବା ପାଇଁ ପ୍ରସ୍ତୁତ ରହନ୍ତୁ ।—ଯିଶା ୬୩:୭

  • ଯିହୋବାଙ୍କୁ ପୂରା ହୃଦୟରୁ ପ୍ରେମ କରନ୍ତୁ । (ମାଥି ୨୨:୩୭, ୩୮) ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ । କିନ୍ତୁ ନିଜ ଲାଭ ପାଇଁ ନୁହେଁ, ବରଂ ତାଙ୍କୁ ଖୁସି କରିବା ପାଇଁ ।—ହିତୋ ୨୭:୧୧

ଆପଣଙ୍କ ପ୍ରେମ କଦାପି ଶେଷ ନ ହେଉ . . . ଯଦିଓ ସ୍କୁଲର ପରିବେଶ ଖରାପ ଥାଏ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏରିଏଲ୍‌ ଏବଂ ଡିଏଗୋ କିପରି ଯିହୋବାଙ୍କ ନାମର ଆଦର କଲେ ?

  • ସେମାନେ କାହିଁକି ଯିହୋବାଙ୍କ ନାମର ଆଦର କରିବାକୁ ଚାହୁଁଥିଲେ ?

  • ଆପଣ ସେମାନଙ୍କ ଭଳି କିପରି ହୋଇପାରିବେ ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୦ ଏବଂ ପ୍ରାର୍ଥନା