इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୭-୧୩ ଅକ୍ଟୋବର

ଗୀତସଂହିତା ୯୨-୯୫

୭-୧୩ ଅକ୍ଟୋବର

ଗୀତ ୮୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବଢ଼ିଆ ଜୀବନ ବଞ୍ଚିବାର ସବୁଠୁ ଭଲ ଉପାୟ, ଯିହୋବାଙ୍କ ସେବା କରିବା

(୧୦ ମି.)

ଯିହୋବା ଆମ ଉପାସନା ପାଇବାର ଅଧିକାରୀ ଅଟନ୍ତି (ଗୀତ ୯୨:୧,; ପ୍ର୧୮.୦୪-ହି ପୃ ୨୬ ¶୫)

ଯିହୋବା ଆମକୁ ସଠିକ୍‌ ନିଷ୍ପତ୍ତି ନେବା ଓ ଖୁସି ରହିବା ପାଇଁ ସାହାଯ୍ୟ କରନ୍ତି (ଗୀତ ୯୨:୫; ପ୍ର୧୮.୧୧-ହି ପୃ ୨୦ ¶୮)

ଯିହୋବା ନିଜ ସେବକମାନଙ୍କୁ ସବୁବେଳେ ବହୁମୂଲ୍ୟ ମନେକରନ୍ତି, ସେସମୟରେ ବି ଯେବେ ସେମାନେ ବୟସ୍କ ହୋଇଯାʼନ୍ତି (ଗୀତ ୯୨:୧୨-୧୫; ପ୍ର୨୦.୦୧-ହି ପୃ ୧୯ ¶୧୮)

ନିଜକୁ ପଚାରନ୍ତୁ: ‘ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ଓ ବାପ୍ତିସ୍ମ ନେବାରୁ କେଉଁ କଥା ମୋତେ ରୋକୁଛି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । କଥା କଥାରେ ଏହା କହିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ କିପରି ଲୋକମାନଙ୍କୁ ବାଇବଲରୁ ଭଲ କଥାଗୁଡ଼ିକ ବିଷୟରେ କହନ୍ତି । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆଗ୍ରହ ଦେଖାଉଥିବା ଜଣେ ବ୍ୟକ୍ତି ବାଇବଲ ଅଧ୍ୟୟନ କରିବା ପାଇଁ ମନା କରିଦେଇଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ଏବେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୪)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଏପରି ଜଣେ ବାଇବଲ ବିଦ୍ୟାର୍ଥୀ ସହ ଚର୍ଚ୍ଚା କରନ୍ତୁ ଯିଏ କିଛି ପଦକ୍ଷେପ ନେଉ ନାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫

୭. ଯେବେ ଯୁବାମାନଙ୍କୁ ଅତ୍ୟଧିକ ଡର ଓ ଚିନ୍ତା ହେବାକୁ ଲାଗେ

(୧୫ ମି.) ଆଲୋଚନା ।

ଯିହୋବାଙ୍କ ସେବକମାନଙ୍କୁ ମଧ୍ୟ ଚିନ୍ତାଗୁଡ଼ିକ (ଏଞ୍ଜାଇଟି) ହୁଏ । ଯେପରି, ଦାଉଦଙ୍କୁ ନିଜ ଜୀବନରେ ଅନେକଥର ଚିନ୍ତାର ସାମନା କରିବାକୁ ପଡ଼ିଲା । (ଗୀତ ୧୩:୨; ୧୩୯:୨୩) ଆଜି ବି ଆମର ଅନେକ ଭାଇଭଉଣୀଙ୍କୁ ଡର ଓ ଚିନ୍ତା ଲାଗିରହେ । ଆମ ଯୁବାମାନେ ମଧ୍ୟ ଏହାର ସାମନା କରନ୍ତି । ଅନେକଥର ଅତ୍ୟଧିକ ଚିନ୍ତା ଯୋଗୁଁ ସେମାନଙ୍କ ପାଇଁ ପ୍ରତିଦିନର କାମ କରିବା କଠିନ ହୋଇଯାଏ, ଯେପରି ସ୍କୁଲ କିମ୍ବା ସଭାରେ ଯିବା । ଏହା ଯୋଗୁଁ ସେମାନଙ୍କୁ ଅତ୍ୟଧିକ ଡର ଓ ଚିନ୍ତାର ସାମନା କରିବାକୁ ପଡ଼ିପାରେ କିମ୍ବା ସେମାନେ ନିଜର ଜୀବନ ବି ନେବା ପାଇଁ ଭାବିପାରନ୍ତି ।

ଯୁବାମାନେ, ଯଦି ଆପଣଙ୍କୁ ଅତ୍ୟଧିକ ଚିନ୍ତା ହେବାକୁ ଲାଗେ, ତେବେ ନିଜ ବାପାମାଆ କିମ୍ବା ମଣ୍ଡଳୀର କୌଣସି ପ୍ରୌଢ଼ ଭାଇଭଉଣୀଙ୍କ ସହିତ କଥା ହୁଅନ୍ତୁ । ଯିହୋବାଙ୍କୁ ମଧ୍ୟ ପ୍ରାର୍ଥନା କରିବା ଭୁଲନ୍ତୁ ନାହିଁ । (ଫିଲିପ୍‌ ୪:୬) ସେ ଆପଣଙ୍କର ନିଶ୍ଚୟ ସାହାଯ୍ୟ କରିବେ । (ଗୀତ ୯୪:୧୭-୧୯; ଯିଶା ୪୧:୧୦) ସ୍ଟିଙ୍ଗଙ୍କ ବିଷୟରେ ହିଁ ଭାବନ୍ତୁ ।

ଯିହୋବା ମୋର ଯତ୍ନ ନେଲେ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

• ବାଇବଲର କେଉଁ ପଦରୁ ସ୍ଟିଙ୍ଗଙ୍କୁ ସାହାଯ୍ୟ ମିଳିଲା ଏବଂ କାହିଁକି ?

• ଯିହୋବା କିପରି ତାଙ୍କର ଯତ୍ନ ନେଲେ ?

ବାପାମାଆମାନେ, ଯଦି ଆପଣଙ୍କ ପିଲାମାନଙ୍କୁ ଚିନ୍ତା ହେବାକୁ ଲାଗେ, ତେବେ ଆପଣ ସେମାନଙ୍କ ସାହାଯ୍ୟ କରିପାରିବେ । ଧୈର୍ଯ୍ୟର ସହ ସେମାନଙ୍କ ଶୁଣନ୍ତୁ, ତାଙ୍କୁ କହନ୍ତୁ ଯେ ଆପଣ ତାଙ୍କୁ ପ୍ରେମ କରନ୍ତି ଏବଂ ଭରସା କରାନ୍ତୁ ଯେ ଯିହୋବା ବି ତାଙ୍କୁ ପ୍ରେମ କରନ୍ତି । (ତୀତ ୨:୪; ଯାକୁ ୧:୧୯) ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ସାନ୍ତ୍ୱନା ଓ ସାହସ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ନିଜ ପିଲାମାନଙ୍କୁ ସାହାଯ୍ୟ କରିପାରିବେ ।

ହୁଏତ ଆମକୁ ଜଣା ନ ଥିବ ଯେ ମଣ୍ଡଳୀର କେଉଁ ଭାଇ କିମ୍ବା ଭଉଣୀ ଚିନ୍ତାର ସାମନା କରୁଛନ୍ତି କିମ୍ବା ହୁଏତ ଆମକୁ ବୁଝା ପଡ଼ିବନି ଯେ ତାଙ୍କ ଉପରେ କʼଣ ଘଟୁଛି, ତଥାପି ଆମେ ସେମାନଙ୍କର ସାହାଯ୍ୟ କରିପାରିବା । ଆମେ ମଣ୍ଡଳୀର ସମସ୍ତ ଭାଇଭଉଣୀମାନଙ୍କୁ ଅନୁଭବ କରାଇପାରିବା ଯେ ଆମେ ସେମାନଙ୍କୁ ପ୍ରେମ କରୁ ଏବଂ ନିଜର ମନେ କରୁ ।—ହିତୋ ୧୨:୨୫; ଏବ୍ରୀ ୧୦:୨୪.

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୧ ଏବଂ ପ୍ରାର୍ଥନା