ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି
ଅନେକ ଲୋକମାନେ ଅଧିକାରୀମାନଙ୍କୁ ପସନ୍ଦ କରନ୍ତି ନାହିଁ । ଆଉ ତାହାର କାରଣ ମଧ୍ୟ ଅଛି । ମଣିଷମାନେ ଅନେକ ବର୍ଷରୁ ନିଜ ଅଧିକାରର ଭୁଲ ବ୍ୟବହାର କରିଆସିଛନ୍ତି । (ମୀଖା ୭:୩) କିନ୍ତୁ ଆମେ ଖୁସି ଯେ ପ୍ରାଚୀନମାନେ ଏପରି କରନ୍ତି ନାହିଁ । ପ୍ରାଚୀନମାନଙ୍କୁ ଶିଖାଯାଏ ଯେ ସେମାନେ ନିଜ ଅଧିକାରର ବ୍ୟବହାର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କରନ୍ତୁ ।—ଏଷ୍ଟ ୧୦:୩; ମାଥି ୨୦:୨୫, ୨୬.
ପ୍ରାଚୀନମାନେ ମଣ୍ଡଳୀରେ ଯାହା ବି କାମ କରନ୍ତି, ତାହାର କାରଣ ହେଉଛି ଯେ ସେମାନେ ଯିହୋବା ଓ ଲୋକମାନଙ୍କୁ ପ୍ରେମ କରନ୍ତି । (ଯୋହ ୨୧:୧୬; ୧ପିତ ୫:୧-୩) ସେମାନେ ଯୀଶୁଙ୍କ ନେତୃତ୍ୱରେ ଏହା କରନ୍ତି । ସେମାନେ ମେଷପାଳକ ଭଳି ପ୍ରତ୍ୟେକ ମେଷର ଯତ୍ନ ନିଅନ୍ତି । ପ୍ରଚାରକମାନଙ୍କ ସାହାଯ୍ୟ କରନ୍ତି ଯାହାଫଳରେ ସେମାନେ ଯିହୋବା ଓ ଭାଇଭଉଣୀମାନଙ୍କ ନିକଟତର ହୋଇରହନ୍ତି । ଯଦି ହଠାତ୍ ସ୍ୱାସ୍ଥ୍ୟଜନକ ସମସ୍ୟା କିମ୍ବା କୌଣସି ବିପତ୍ତି ଆସେ, ତେବେ ପ୍ରାଚୀନମାନେ ତୁରନ୍ତ ଭାଇଭଉଣୀମାନଙ୍କ ସାହାଯ୍ୟ କରନ୍ତି ଓ ସାହସ ବଢ଼ାନ୍ତି । ଯଦି ଆପଣଙ୍କୁ ସାହାଯ୍ୟର ଦରକାର ପଡ଼େ, ତେବେ ନିଶ୍ଚିନ୍ତ ହୋଇ ନିଜ ମଣ୍ଡଳୀର କୌଣସି ବି ପ୍ରାଚୀନମାନଙ୍କ ସହ କଥା ହୁଅନ୍ତୁ ।—ଯାକୁ ୫:୧୪.
ମେଷପାଳକମାନେ ନିଜ ମେଷମାନଙ୍କର ଯତ୍ନ ନିଅନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଯେବେ ପ୍ରାଚୀନମାନେ ମାରିୟାନାଙ୍କ ସାହାଯ୍ୟ କଲେ, ତେବେ ତାଙ୍କୁ କʼଣ ଲାଭ ହେଲା ?
-
ଯେବେ ପ୍ରାଚୀନମାନେ ଇଲିୟଜ୍ଙ୍କ ସାହାଯ୍ୟ କଲେ, ତେବେ ତାଙ୍କୁ କʼଣ ଲାଭ ହେଲା ?
-
ଏହି ଭିଡିଓ ଦେଖିବା ପରେ ଆପଣ ପ୍ରାଚୀନମାନଙ୍କ କାମଗୁଡ଼ିକ ବିଷୟରେ କʼଣ ଅନୁଭବ କରନ୍ତି ?