इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ

ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ

ଏହାର ଗୋଟିଏ ସବୁଠୁ ବଢ଼ିଆ ଉପାୟ ହେଉଛି ଯେ ସଭାଗୁଡ଼ିକରୁ ସେମାନଙ୍କୁ ଶିଖିବା ପାଇଁ ସାହାଯ୍ୟ କରନ୍ତୁ । ସଭାଗୁଡ଼ିକରେ ପିଲାମାନେ ଯାହା ଦେଖନ୍ତି, ଶୁଣନ୍ତି ଓ ଉତ୍ତର ଦିଅନ୍ତି, ସେଥିରୁ ସେମାନେ ଯିହୋବାଙ୍କ ବିଷୟରେ ବହୁତ କିଛି ଶିଖନ୍ତି । ସେମାନେ ତାଙ୍କ ସହିତ ସାଙ୍ଗ ହେବା ପାଇଁ ମଧ୍ୟ ଶିଖନ୍ତି । (ଦ୍ୱିବି ୩୧:୧୨, ୧୩) ଆପଣ ଏପରି କʼଣ କରିପାରିବେ ଯାହାଫଳରେ ଆପଣଙ୍କ ପିଲାମାନେ ସଭାଗୁଡ଼ିକରେ ଭଲଭାବେ ଶିଖନ୍ତୁ ।

  • ସଭାଗୁଡ଼ିକ ପାଇଁ ନିଜ ପିଲାମାନଙ୍କୁ ରାଜ୍ୟଘରେ ନେବା ପାଇଁ ପୂରା ଚେଷ୍ଟା କରନ୍ତୁ । —ଗୀତ ୨୨:୨୨

  • ରାଜ୍ୟଘରେ ସଭା ଆରମ୍ଭ ହେବା ପୂର୍ବେ କିମ୍ବା ପରେ ଭାଇଭଉଣୀମାନଙ୍କ ସହ ଭେଟିବା ପାଇଁ ସମୟ ବାହାର କରନ୍ତୁ ।—ଏବ୍ରୀ ୧୦:୨୫

  • ଧ୍ୟାନ ରଖନ୍ତୁ ଯେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ସେହି ବହି ପତ୍ରିକାଗୁଡ଼ିକର ଗୋଟିଏ ଛପା ଯାଇଥିବା କିମ୍ବା ଡିଜିଟାଲ୍‌ କପି ହେବା ଉଚିତ୍‌, ଯାହା ଉପରେ ସଭାରେ ଚର୍ଚ୍ଚା କରାଯିବ

  • ପିଲାମାନଙ୍କୁ ନିଜ ଶବ୍ଦରେ ଉତ୍ତର ଦେବା ପାଇଁ ସାହାଯ୍ୟ କରନ୍ତୁ ।—ମାଥି ୨୧:୧୫, ୧୬

  • ସଭାଗୁଡ଼ିକରେ ଆଉ ସେଠାରେ ଆମେ ଯାହା ବି ଶିଖୁ, ସେବିଷୟରେ ଭଲ କଥାଗୁଡ଼ିକ କହନ୍ତୁ

  • ମଣ୍ଡଳୀରେ ବୃଦ୍ଧ ଭାଇଭଉଣୀମାନଙ୍କ ସହ କଥା ହେବା, ରାଜ୍ୟଘର ସଫାସୁତୁରା କରିବା ଓ ଏପରି ଅନ୍ୟ କାମଗୁଡ଼ିକରେ ନିଜ ପିଲାମାନଙ୍କୁ ସାମିଲ୍‌ କରନ୍ତୁ

ନିଜ ପିଲାମାନଙ୍କୁ ଯିହୋବାଙ୍କ ନିକଟତର କରିବାରେ ସାହାଯ୍ୟ ଦରକାର ପଡ଼େ ଓ ଏଥିରେ ବହୁତ ପରିଶ୍ରମ ଲାଗେ । ହୁଏତ ଅନେକଥର ଆପଣଙ୍କୁ ଏହି ଦାୟିତ୍ୱ ତୁଲାଇବା ବହୁତ କଷ୍ଟ ଲାଗିପାରେ । କିନ୍ତୁ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ।—ଯିଶା ୪୦:୨୯.

ବାପାମାଆମାନେ, ଯିହୋବାଙ୍କଠାରୁ ଶକ୍ତି ପାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଥକି ଯାଇଥିବା ଯୋଗୁଁ ଜ୍ୟାକ୍‌ ଓ ଲିଆଙ୍କ ସହ କʼଣ ହେଉଥିଲା ?

  • ବାପାମାଆ କାହିଁକି ଭରସା ରଖିପାରିବେ ଯେ ଯିହୋବା ସେମାନଙ୍କୁ ଶକ୍ତି ଦେବେ ?

  • ଜ୍ୟାକ୍‌ ଓ ଲିଆ କିପରି ଯିହୋବାଙ୍କ ସାହାଯ୍ୟ ନେଲେ ?