ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଚିନ୍ତା କରିବା ବନ୍ଦ କରନ୍ତୁ
ପାର୍ବତ୍ୟ ଉପଦେଶରେ ଯୀଶୁ ଖ୍ରୀଷ୍ଟ କହିଥିଲେ, “ତୁମ୍ଭମାନଙ୍କ ଜୀବନ ନିମନ୍ତେ . . . ଚିନ୍ତା କର ନାହିଁ।” (ମାଥି ୬:୨୫) ଶୟତାନର ଏହି ଜଗତରେ ଆମେ ମଣିଷମାନେ ଅନେକ ଥର ନାନା ଚିନ୍ତାରେ ପଡ଼ିଥାଉ ଏବଂ ଏହା ସ୍ୱାଭାବିକ। କିନ୍ତୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ। (ଗୀତ ୧୩:୨) କାହିଁକି? ଆହାର କିମ୍ବା ପୋଷାକ ଭଳି ଅତି ଜରୁରୀ ଜିନିଷ ହେଉ ନା କାହିଁକି, ଯଦି ଆମେ କୌଣସି ବିଷୟରେ ଅତ୍ୟଧିକ ଚିନ୍ତା କରୁ, ତେବେ ଈଶ୍ୱରଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦେବା ଆମ ପାଇଁ କଷ୍ଟକର ହୋଇପାରେ। (ମାଥି ୬:୩୩) ଯୀଶୁ ଆଗକୁ ଯାହା କହିଲେ, ତାକୁ ମାନିବା ଦ୍ୱାରା ଆମେ ଅତ୍ୟଧିକ ଚିନ୍ତା କରିବାଠାରୁ ଦୂରେଇ ରହିପାରିବା।
-
ମାଥି ୬:୨୬—ପକ୍ଷୀମାନଙ୍କୁ ଧ୍ୟାନ ଦେଇ ଦେଖିବା ଦ୍ୱାରା ଆମେ କʼଣ ଶିଖିପାରିବା? (ପ୍ର୧୬.୦୭-ହି ୯-୧୦ ¶୧୧-୧୩)
-
ମାଥି ୬:୨୭—ଚିନ୍ତାରେ ବୁଡ଼ି ରହିବା ଦ୍ୱାରା ଶକ୍ତି ଓ ସମୟ କିପରି ନଷ୍ଟ ହୁଏ? (ପ୍ର୦୫-ହି ୧୧/୧ ୨୨ ¶୫)
-
ମାଥି ୬:୨୮-୩୦—କ୍ଷେତ୍ରର ପୁଷ୍ପଗୁଡ଼ିକଠାରୁ ଆମେ କʼଣ ଶିଖିପାରିବା? (ପ୍ର୧୬.୦୭-ହି ୧୦-୧୧ ¶୧୫-୧୬)
-
ମାଥି ୬:୩୧-୩୨—ଖ୍ରୀଷ୍ଟିୟାନମାନେ ଜଗତର ଲୋକମାନଙ୍କଠାରୁ କେଉଁ ଅର୍ଥରେ ଭିନ୍ନ ଅଟନ୍ତି? (ପ୍ର୧୬.୦୭-ହି ୧୧ ¶୧୭)
ମୁଁ କେଉଁ ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ବନ୍ଦ କରିବି?