ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ
ଗାଲିଲୀରେ ଯୀଶୁ ଯେଉଁ ସେବା କଲେ, ସେବିଷୟରେ ମାଥିଉ ୮ ଓ ୯ ଅଧ୍ୟାୟରେ ଲେଖାଯାଇଛି। ସେଠାରେ ଯେତେବେଳେ ସେ ଲୋକମାନଙ୍କୁ ସୁସ୍ଥ କଲେ, ସେ ଯେ କେବଳ ନିଜ ଶକ୍ତି ଦେଖାଇଲେ ତାʼ ନୁହଁ, ବରଂ ସେ ଦେଖାଇଲେ ଯେ ତାହାଙ୍କ ହୃଦୟରେ ଲୋକଙ୍କ ପ୍ରତି କେତେ ପ୍ରେମ ଓ କରୁଣା ଥିଲା।
-
୧. ଯୀଶୁ ଜଣେ କୁଷ୍ଠ ରୋଗୀକୁ ସୁସ୍ଥ କଲେ।—ମାଥି ୮:୧-୩
-
୨. ଯୀଶୁ ଜଣେ ସେନାପତିଙ୍କ ଦାସକୁ ସୁସ୍ଥ କଲେ।—ମାଥି ୮:୫-୧୩
ସେ ପିତରଙ୍କ ଶାଶୁଙ୍କୁ ସୁସ୍ଥ କଲେ।—ମାଥି ୮:୧୪, ୧୫
ସେ ଅନେକ ଲୋକଙ୍କୁ ଭୂତ ବା ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କବଳରୁ ମୁକ୍ତ କଲେ ଏବଂ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କଲେ।—ମାଥି ୮:୧୬, ୧୭
-
୩. ଯୀଶୁ ଅତି ଭୟଙ୍କର ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଲୋକଙ୍କ ଶରୀରରୁ ବାହାର କଲେ ଏବଂ ସେମାନଙ୍କୁ ଘୁଷୁରି ପଲ ଭିତରକୁ ପଠାଇଦେଲେ।—ମାଥି ୮:୨୮-୩୨
-
୪. ଯୀଶୁ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ।—ମାଥି ୯:୧-୮
ସେ ଜଣେ ରୋଗଗ୍ରସ୍ତା ସ୍ତ୍ରୀକୁ ସୁସ୍ଥ କଲେ, ଯିଏ ତାହାଙ୍କ ବସ୍ତ୍ରକୁ ଛୁଇଁଥିଲା। ସେ ଯାଈରସଙ୍କ ମୃତ ଝିଅକୁ ମଧ୍ୟ ଜୀବିତ କଲେ।—ମାଥି ୯:୧୮-୨୬
ସେ ଦୁଇଜଣ ଅନ୍ଧଙ୍କୁ ଓ ଜଣେ ମୂକ ଲୋକକୁ ସୁସ୍ଥ କଲେ।—ମାଥି ୯:୨୭-୩୪
-
୫. ଯୀଶୁ ଗାଁ ଗାଁ ଓ ସହର ସହର ଗଲେ ଏବଂ ସେ ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କଲେ।—ମାଥି ୯:୩୫, ୩୬
ମୁଁ ସମସ୍ତଙ୍କ ସହିତ ଆହୁରି ପ୍ରେମ ଓ କରୁଣା କିପରି ଦେଖାଇପାରିବି?