इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ

ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ

କଳ୍ପନା କରନ୍ତୁ ଯେ ଆପଣ ଯୀଶୁଙ୍କ ସମୟରେ ଗାଲିଲୀରେ ରହୁଥିବା ଜଣେ ବ୍ୟକ୍ତି ଅଟନ୍ତି। ଆପଣ ଦୀର୍ଘ ସମୟ ଯାତ୍ରା କରି ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଯୀରୂଶାଲମ ଯାଇଛନ୍ତି। ସେଠାରେ ଆପଣଙ୍କ ଭଳି ବହୁସଂଖ୍ୟକ ଉପାସକମାନେ ଦୂରଦୂରାନ୍ତରରୁ ଏହି ପର୍ବ ପାଳନ କରିବାକୁ ଆସିଛନ୍ତି ଏବଂ ସହରଟି ଖୁବ୍‌ ବ୍ୟସ୍ତବହୁଳ ହୋଇପଡ଼ିଛି। ଆପଣ ଯିହୋବାଙ୍କୁ ନିଜ ବଳିଦାନ ଉତ୍ସର୍ଗ କରିବା ପାଇଁ ମନ୍ଦିର ଯିବାକୁ ଚାହୁଁଛନ୍ତି। ଆପଣ ନିଜ ଛେଳିର ଦଉଡ଼ି ଧରି ଯାଉଛନ୍ତି ଏବଂ ଯେକୌଣସି ପ୍ରକାରେ ଜନଗହଳିପୂର୍ଣ୍ଣ ଗଳିଗୁଡ଼ିକ ଦେଇ ମନ୍ଦିରକୁ ପହଞ୍ଚନ୍ତି। ଆପଣ ସେଠାରେ ଦେଖନ୍ତି ଯେ ଲୋକଙ୍କର ଭିଡ଼ ଲାଗିଛି, ଯେଉଁମାନେ ଆପଣଙ୍କ ପରି ବଳିଦାନ ଉତ୍ସର୍ଗ କରିବାକୁ ଆସିଛନ୍ତି। ବହୁ ସମୟ ଅପେକ୍ଷା କରିବା ପରେ ଆପଣଙ୍କର ପାଳି ଆସେ ଏବଂ ଆପଣ ନିଜ ଛେଳିଟିକୁ ଯାଜକଙ୍କ ହାତରେ ଅର୍ପଣ କରନ୍ତି। ଠିକ୍‌ ସେତିକିବେଳେ ଆପଣଙ୍କୁ ହଠାତ୍‌ ମନେ ପଡ଼େ ଯେ ଜଣେ ଭାଇଙ୍କର ଆପଣଙ୍କ ବିରୁଦ୍ଧରେ କିଛି ଅଭିଯୋଗ ଅଛି ଏବଂ ସେ ମଧ୍ୟ ସେହି ଭିଡ଼ରେ କିମ୍ବା ସହରରେ ଅଛନ୍ତି। ବର୍ତ୍ତମାନ ଆପଣ କʼଣ କରିବେ? ଯୀଶୁ ଖ୍ରୀଷ୍ଟ କʼଣ କହିଥିଲେ? ଏପରି ପରିସ୍ଥିତିରେ ଆପଣ କʼଣ କରିବା ଉଚିତ୍‌? (ମାଥିଉ ୫:୨୪ ପଢ଼ନ୍ତୁ।) ଆପଣ ଓ ଆପଣଙ୍କ ଭାଇ ପରସ୍ପର ମଧ୍ୟରେ ମିଳିତ କିପରି ହୋଇପାରିବେ? ତଳେ ଦିଆଯାଇଥିବା ଉଭୟ ବକ୍ସରେ ସଠିକ୍‌ ଉତ୍ତର ଆଗରେ ଚିହ୍ନ ଦିଅନ୍ତୁ।

ଆପଣ କʼଣ କରିବା ଉଚିତ୍‌?

  • ଯଦି ଆପଣଙ୍କୁ ଲାଗେ ଯେ ସେହି ଭାଇଙ୍କର ଆପଣଙ୍କ ବିରୁଦ୍ଧରେ ଅଭିଯୋଗର କୌଣସି ଯୁକ୍ତିଯୁକ୍ତ କାରଣ ରହିଛି, ତେବେଯାଇ ଆପଣ ତାଙ୍କ ପାଖକୁ ଯିବା ଉଚିତ୍‌

  • ଯଦି ଆପଣଙ୍କୁ ଲାଗେ ଯେ ଏହି ମାମଲାକୁ ନେଇ ସେ ଅତ୍ୟଧିକ ଚିନ୍ତା କରୁଛନ୍ତି କିମ୍ବା ତାଙ୍କର ମଧ୍ୟ ଟିକିଏ ଭୁଲ୍‌ ଥିଲା, ତେବେ ଆପଣ ତାଙ୍କ ମନୋଭାବକୁ ସୁଧାରିବା ଉଚିତ୍‌

  • ଯେତେବେଳେ ଆପଣଙ୍କ ଭାଇ ନିଜ କଥା କୁହନ୍ତି, ଆପଣ ଧୈର୍ଯ୍ୟର ସହିତ ତାଙ୍କର ପୂରା କଥା ଶୁଣିବା ଉଚିତ୍‌। ହୁଏତ ଆପଣ ତାଙ୍କ ଭାବନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିବେ ନାହିଁ, ତଥାପି ଆପଣ ତାଙ୍କୁ କ୍ଷମା ମାଗିବା ଉଚିତ୍‌। କାରଣ ଆପଣ ତାଙ୍କ ହୃଦୟରେ କଷ୍ଟ ଦେଇଛନ୍ତି କିମ୍ବା ଆପଣ ଅଜାଣତରେ ଯାହା କରିଥିଲେ, ସେହି କାରଣରୁ ତାଙ୍କୁ କିଛି ସମସ୍ୟାର ସାମନା କରିବାକୁ ପଡ଼ିଥାଇପାରେ

ଆପଣଙ୍କ ଭାଇ କʼଣ କରିବା ଉଚିତ୍‌?

  • ସେ ମଣ୍ଡଳୀର ଅନ୍ୟ ଭାଇଭଉଣୀମାନଙ୍କଠାରୁ ସହାନୁଭୂତି ପାଇବା ପାଇଁ ସେମାନଙ୍କୁ ଜଣାଇବା ଉଚିତ୍‌ ଯେ ଆପଣ ତାଙ୍କୁ କିପରି କଷ୍ଟ ଦେଇଛନ୍ତି

  • ସେ ଆପଣଙ୍କୁ ଗାଳି ଦେବା ଉଚିତ୍‌। ଆପଣ ଯାହା ଭୁଲ୍‌ କରିଥିଲେ, ସେବିଷୟରେ ସେ ବିସ୍ତୃତ ଭାବେ ଆପଣଙ୍କୁ ମନେ ପକାଇବା ଉଚିତ୍‌ ଏବଂ ଆପଣ ନିଜ ଭୁଲ୍‌ ସ୍ୱୀକାର କରନ୍ତୁ ବୋଲି ଦାବି କରିବା ଉଚିତ୍‌

  • ସେ ବୁଝିବା ଉଚିତ୍‌ ଯେ ଆପଣଙ୍କୁ ତାଙ୍କ ସହିତ କଥା ହେବା ପାଇଁ କେତେ ନମ୍ର ହେବାକୁ ପଡ଼ିଲା ଏବଂ କେତେ ସାହସ ବାନ୍ଧିବାକୁ ପଡ଼ିଲା। ଆଉ, ସେ ଆପଣଙ୍କୁ ହୃଦୟର ସହିତ କ୍ଷମା କରିବା ଉଚିତ୍‌

ଆଜି ଆମେ ପଶୁମାନଙ୍କ ବଳିଦାନ ଉତ୍ସର୍ଗ କରି ନ ଥାଉ, ତାହା ସତ। ତଥାପି, ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ଉପାସନାକୁ ସ୍ୱୀକାର କରନ୍ତୁ, ତେବେ ଯୀଶୁଙ୍କ ପରାମର୍ଶକୁ ପାଳନ କରି ଭାଇଭଉଣୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଆମେ କʼଣ କରିବା ଉଚିତ୍‌?