इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—କୁଶଳତାର ସହିତ ପ୍ରଶ୍ନଗୁଡ଼ିକର ବ୍ୟବହାର କରିବାରେ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—କୁଶଳତାର ସହିତ ପ୍ରଶ୍ନଗୁଡ଼ିକର ବ୍ୟବହାର କରିବାରେ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଯଦି “ମନୁଷ୍ୟର ମନର ମନ୍ତ୍ରଣା ଗଭୀର ଜଳ ତୁଲ୍ୟ,” ତେବେ ପ୍ରଶ୍ନଗୁଡ଼ିକ ଏକ ପାତ୍ର ସଦୃଶ, ଯାହା ସାହାଯ୍ୟରେ ଜଳ କଢ଼ାଯାଏ। (ହିତୋ ୨୦:୫) ଯେତେବେଳେ ଆମେ ପ୍ରଶ୍ନ କରୁ, ବିଦ୍ୟାର୍ଥୀଙ୍କୁ କଥାବାର୍ତ୍ତାରେ ସାମିଲ୍‌ ହେବା ପାଇଁ ସାହାଯ୍ୟ ମିଳିଥାଏ। ଭାବି ବିଚାରି ପ୍ରଶ୍ନ କରିବା ଦ୍ୱାରା ଆମେ ଜାଣିପାରୁ ଯେ ସେ କେତେ ବୁଝିପାରିଛନ୍ତି। ଯୀଶୁ ଅତି କୁଶଳତାର ସହିତ ପ୍ରଶ୍ନ କରୁଥିଲେ। ଆମେ ତାହାଙ୍କ ଭଳି କିପରି ପ୍ରଶ୍ନ କରିପାରିବା?

ଏହା କିପରି କରିପାରିବା:

  • ଏପରି ପ୍ରଶ୍ନ କରନ୍ତୁ, ଯେଉଁଥିରୁ ଜଣାପଡ଼ିବ ଯେ ଆପଣଙ୍କ ବିଦ୍ୟାର୍ଥୀ କʼଣ ବିଶ୍ୱାସ କରନ୍ତି। ଥରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ପ୍ରଶ୍ନ କଲେ, ଯାହାଫଳରେ ସେ ଜାଣିପାରିଲେ ଯେ ସେମାନେ କʼଣ ବିଶ୍ୱାସ କରନ୍ତି। (ମାଥି ୧୬:୧୩-୧୬; ସେବା ସ୍କୁଲ (ହିନ୍ଦୀ) ୨୩୮ ¶୩-୫) ବିଦ୍ୟାର୍ଥୀ କʼଣ ବିଶ୍ୱାସ କରନ୍ତି, ତାହା ଜାଣିବା ପାଇଁ ଆପଣ ତାଙ୍କୁ କେଉଁ ପ୍ରଶ୍ନ ପଚାରିପାରିବେ?

  • ଏପରି ପ୍ରଶ୍ନ କରନ୍ତୁ ଯେପରି ବିଦ୍ୟାର୍ଥୀ ସଠିକ୍‌ ଉତ୍ତର ଦେଇପାରିବେ। ଯୀଶୁ ପିତରଙ୍କ ଚିନ୍ତାଧାରାକୁ ସୁଧାରିବା ପାଇଁ ତାଙ୍କୁ ଏପରି ଅନେକ ପ୍ରଶ୍ନ କଲେ, ଯେଉଁଥିରେ ଉତ୍ତର ଲୁଚି ରହିଥିଲା। ଏହା ତାଙ୍କୁ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ସାହାଯ୍ୟ କଲା। (ମାଥି ୧୭:୨୪-୨୬) ଆପଣ ମଧ୍ୟ ନିଜ ବିଦ୍ୟାର୍ଥୀଙ୍କୁ କେଉଁସବୁ ପ୍ରଶ୍ନ କରିପାରିବେ, ଯାହାଫଳରେ ସେ ବିଷୟକୁ ସମ୍ପୂର୍ଣ୍ଣ ବୁଝିଯିବେ?

  • ବିଦ୍ୟାର୍ଥୀଙ୍କର ପ୍ରଶଂସା କରନ୍ତୁ। ଯେତେବେଳେ ଯୀଶୁ ଦେଖିଲେ ଯେ ଜଣେ ଶାସ୍ତ୍ରୀ ତାହାଙ୍କ ପ୍ରଶ୍ନର “ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି,” ସେ ତାଙ୍କର ପ୍ରଶଂସା କଲେ। (ମାର୍କ ୧୨:୩୪) ଯେତେବେଳେ ଆପଣଙ୍କ ବିଦ୍ୟାର୍ଥୀ ସଠିକ୍‌ ଉତ୍ତର ଦିଅନ୍ତି, ଆପଣ ତାଙ୍କର ପ୍ରଶଂସା କିପରି କରିପାରିବେ?

ଯୀଶୁ ଯେଉଁ କାମ ଆରମ୍ଭ କରିଥିଲେ ତାହା କରନ୍ତୁ—ଶିଖାନ୍ତୁ (ହିନ୍ଦୀ) ନାମକ ଭିଡିଓର ପ୍ରଥମ ଭାଗ ଦେଖନ୍ତୁ। ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯଦିଓ ଭାଇ ସଠିକ୍‌ ତଥ୍ୟ ଦେଲେ, ତଥାପି ତାଙ୍କ ଶିଖାଇବାର ପଦ୍ଧତି କାହିଁକି ସଠିକ୍‌ ନ ଥିଲା?

  • ବିଦ୍ୟାର୍ଥୀଙ୍କୁ କେବଳ ତଥ୍ୟ ଦେବା କାହିଁକି ଯଥେଷ୍ଟ ନୁହଁ?

ଭିଡିଓର ଦ୍ୱିତୀୟ ଭାଗ ଦେଖନ୍ତୁ। ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭାଇ ଜଣକ କିପରି କୁଶଳତାର ସହିତ ପ୍ରଶ୍ନ କଲେ?

  • ଆମେ ଭାଇଙ୍କଠାରୁ ଶିଖାଇବାର ଆଉ କେଉଁ ଉପାୟଗୁଡ଼ିକୁ ଆପଣାଇପାରିବା?

ଆମେ ଯେପରି ଭାବେ ଶିଖାଉ, ତାହା ଲୋକଙ୍କୁ କିପରି ପ୍ରଭାବିତ କରେ? (ଲୂକ ୨୪:୩୨)