ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ
ନିଜର କିମ୍ବା ଅନ୍ୟର ବିଘ୍ନର କାରଣ ହେବା କେତେ ଗମ୍ଭୀର ବିଷୟ, ଏବିଷୟରେ ବୁଝାଇବା ପାଇଁ ଯୀଶୁ ଖ୍ରୀଷ୍ଟ କିଛି ଦୃଷ୍ଟାନ୍ତ ଦେଲେ।
-
“ବିଘ୍ନ” ଶବ୍ଦର ଅର୍ଥ ଏପରି କାମ ବା ପରିସ୍ଥିତି, ଯେଉଁ କାରଣରୁ ଜଣେ ବ୍ୟକ୍ତି ଭୁଲ୍ ବାଟ ଆପଣାଇ ନିଏ, କିମ୍ବା କୌଣସି ନୈତିକ ନିୟମ ଭାଙ୍ଗି ଦିଏ, କିମ୍ବା କୌଣସି ପାପ କରି ବସେ
-
ଯେଉଁ ବ୍ୟକ୍ତି ଅନ୍ୟର ବିଘ୍ନର କାରଣ ହୁଏ, ଯଦି ତାʼ ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଏ, ତେବେ ଏହା ତାʼ ପକ୍ଷରେ ହିତକର ହେବ
-
ଯୀଶୁ ଆମକୁ ପରାମର୍ଶ ଦେଲେ ଯେ ଯଦି ଆମ ଆଖି କିମ୍ବା ହାତ ଭଳି କୌଣସି ବହୁମୂଲ୍ୟ ଅଙ୍ଗ ଆମର ବିଘ୍ନର କାରଣ ହେଉଛି, ତେବେ ତାକୁ ମଧ୍ୟ ଆମେ କାଟି ଫିଙ୍ଗି ଦେବା ଉଚିତ୍
-
ଏହି ଅଙ୍ଗଗୁଡ଼ିକ ସହିତ ଅଗ୍ନିମୟ ନରକରେ [“ଜେହିନ୍ନା,” NW] ନିକ୍ଷିପ୍ତ କରାଯିବା ଅର୍ଥାତ୍ ଚିରକାଳ ପାଇଁ ବିନାଶ କରାଯିବା ପରିବର୍ତ୍ତେ ଏହି ଅଙ୍ଗଗୁଡ଼ିକ ବିନା ଆମ ପାଇଁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅଧିକ ଭଲ ହେବ
କʼଣ ମୁଁ ଏପରି କିଛି କରୁଛି, ଯାହା ବିଘ୍ନର କାରଣ ହୋଇପାରେ? ମୁଁ ନିଜର କିମ୍ବା ଅନ୍ୟର ବିଘ୍ନର କାରଣ ନ ହେବା ପାଇଁ କʼଣ କରିପାରିବି?