इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ସ୍ମାରକ ନିମନ୍ତ୍ରଣ ଅଭିଯାନ (୩-୩୧ ମାର୍ଚ୍ଚ): [ଆଗକୁ ଦିଆଯାଇଥିବା ନମୁନାକୁ ଏପରି ଅଞ୍ଚଳରେ ବ୍ୟବହାର କରାଯାଇ ନ ପାରେ, ଯେଉଁଠି ହୁଏତ ଆମ କାମକୁ ବିରୋଧ କରାଯାଏ। ଯଦି ଘରମାଲିକ ବାଇବଲର ବାର୍ତ୍ତା ପ୍ରତି ଆଗ୍ରହ ଦେଖାନ୍ତି, ତେବେ ପୁନଃସାକ୍ଷାତ ସମୟରେ ଆମେ ତାଙ୍କୁ ଏହି ନିମନ୍ତ୍ରଣ ପତ୍ର ଦେଇପାରିବା। ଆଉ, ଏହି ନମୁନାକୁ ସେହି ସମୟରେ ଆମେ ବ୍ୟବହାର କରିପାରିବା।] ଆମେ ଏକ ମହତ୍ତ୍ୱପୂର୍ଣ୍ଣ ସଭାକୁ ଆପଣଙ୍କୁ ନିମନ୍ତ୍ରଣ କରୁଛୁ। ଏହି ନିମନ୍ତ୍ରଣ ପତ୍ର ଆପଣଙ୍କ ପାଇଁ। ଆସନ୍ତା ୩୧ ମାର୍ଚ୍ଚ, ଶନିବାର ଦିନ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ଏକତ୍ରିତ ହେବେ। ଆମ ଅଞ୍ଚଳରେ ହେବାକୁ ଯାଉଥିବା ସଭାର ସମୟ ଓ ସ୍ଥାନ ଏହି ନିମନ୍ତ୍ରଣ ପତ୍ରରେ ଦିଆଯାଇଛି। ତାʼ ସହିତ, ଏହାର ଠିକ୍‌ ସଯ୍ତାହେ ପୂର୍ବରୁ ଏକ ଭାଷଣ ଶୁଣିବା ପାଇଁ ମଧ୍ୟ ଆମେ ଆପଣଙ୍କୁ ନିମନ୍ତ୍ରଣ କରୁଛୁ, ଯାହାର ବିଷୟ ହେଉଛି— “ଯୀଶୁ ଖ୍ରୀଷ୍ଟ ପ୍ରକୃତରେ କିଏ?”

ଆର ଥରକୁ (ଯଦି ଘରମାଲିକ ଆଗ୍ରହ ଦେଖାନ୍ତି): ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ?

ପଦ: ମାଥି ୨୦:୨୮

ଆର ଥରକୁ: ମୁକ୍ତିର ମୂଲ୍ୟ ଯୋଗୁଁ କʼଣ ସମ୍ଭବ ହୋଇପାରିଛି?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ମୁକ୍ତିର ମୂଲ୍ୟ ଯୋଗୁଁ କʼଣ ସମ୍ଭବ ହୋଇପାରିଛି?

ପଦ: ରୋମୀ ୬:୨୩

ଆର ଥରକୁ: ମୁକ୍ତିର ମୂଲ୍ୟ ପାଇଁ ଆମେ କିପରି ନିଜର କୃତଜ୍ଞତା ଦେଖାଇପାରିବା?