इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୫

“ଜାଗ୍ରତ ଥାଅ”

“ଜାଗ୍ରତ ଥାଅ”

୨୫:୧-୧୨

ଯୀଶୁ ଖ୍ରୀଷ୍ଟ ଦଶ କନ୍ୟାଙ୍କ ଦୃଷ୍ଟାନ୍ତ ବିଶେଷ କରି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଧ୍ୟାନରେ ରଖି କହିଥିଲେ। କିନ୍ତୁ ଏଥିରୁ ଯେଉଁ ଶିକ୍ଷା ମିଳେ, ତାହା ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଲାଗୁ ହୁଏ। (ପ୍ର୧୫-ହି ୩/୧୫ ୧୨-୧୬) ଯୀଶୁ କହିଥିଲେ, “ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ଦଣ୍ଡ ଜାଣ ନାହିଁ।” (ମାଥି ୨୫:୧୩) ଆପଣ ଯୀଶୁଙ୍କ ଏହି ଦୃଷ୍ଟାନ୍ତର ଅର୍ଥ ବୁଝାଇପାରିବେ କି?

  • ବର (ପଦ ୧)— ଯୀଶୁ

  • ପ୍ରସ୍ତୁତ ଥିବା ସୁବୁଦ୍ଧି କନ୍ୟାମାନେ (ପଦ ୨)— ନିଜ ଦାୟିତ୍ୱକୁ ବିଶ୍ୱସ୍ତତାର ସହିତ ତୁଲାଉଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନ, ଯେଉଁମାନେ ସର୍ବଦା ପ୍ରସ୍ତୁତ ଥାʼନ୍ତି ଏବଂ ଶେଷ ପର୍ଯ୍ୟନ୍ତ ଜଗତରେ ଜ୍ୟୋତି ସ୍ୱରୂପ ପ୍ରକାଶ ପାଇଥାʼନ୍ତି (ଫିଲିପ୍‌ ୨:୧୫)

  • କୋଳାହଳ: “ଏହି ଦେଖ, ବର” (ପଦ ୬)— ଯୀଶୁଙ୍କ ଉପସ୍ଥିତିର ଚିହ୍ନ

  • ନିର୍ବୁଦ୍ଧି କନ୍ୟାମାନେ (ପଦ ୮)— ଏପରି ଅଭିଷିକ୍ତ ଖ୍ରୀଷ୍ଟିୟାନ ଯେଉଁମାନେ ବରଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି, କିନ୍ତୁ ଜାଗ୍ରତ ରହନ୍ତି ନାହିଁ ଏବଂ ନିଜ ସଚ୍ଚୋଟତା ବଜାୟ ରଖନ୍ତି ନାହିଁ

  • ସୁବୁଦ୍ଧି କନ୍ୟାମାନେ ନିଜ ତେଲ ଅନ୍ୟକୁ ଦେଲେ ନାହିଁ (ପଦ ୯)— ଶେଷ ମୁଦ୍ରାଙ୍କନ ବା ଶେଷ ମୋହର ପରେ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଏପରି ଅବିଶ୍ୱସ୍ତ ଲୋକମାନଙ୍କୁ ଆଉ ସାହାଯ୍ୟ କରିପାରିବେ ନାହିଁ, ଯେଉଁମାନେ ପୂର୍ବେ ଅଭିଷିକ୍ତ ଥିଲେ। କାରଣ ସେତେବେଳେ ଖୁବ୍‌ ବିଳମ୍ବ ହୋଇଯାଇଥିବ

  • “ବର ଆସିଲେ” (ପଦ ୧୦)— ମହାକ୍ଳେଶର ଶେଷ ଆଡ଼କୁ ଯୀଶୁ ନ୍ୟାୟ କରିବାକୁ ଆସନ୍ତି

  • ସୁବୁଦ୍ଧି କନ୍ୟାମାନେ ବରଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା (ପଦ ୧୦)— ଯୀଶୁ ନିଜ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସ୍ୱର୍ଗରେ ଏକତ୍ର କରିବେ। କିନ୍ତୁ ଯେଉଁମାନେ ବିଶ୍ୱସ୍ତ ରହିବେ ନାହିଁ, ସେମାନେ ସ୍ୱର୍ଗରେ ଜୀବନ ପାଇବାର ଆଶା ହରାଇବେ