इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନର ପ୍ରସ୍ତୁତି କରିବା ପାଇଁ ଶିଖାଇବାରେ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନର ପ୍ରସ୍ତୁତି କରିବା ପାଇଁ ଶିଖାଇବାରେ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଯେତେବେଳେ ବାଇବଲ ବିଦ୍ୟାର୍ଥୀମାନେ ଭଲ ଭାବେ ପ୍ରସ୍ତୁତି କରନ୍ତି, ସେମାନେ ସହଜରେ ଅଧ୍ୟୟନର ବିଷୟକୁ ବୁଝିପାରନ୍ତି ଏବଂ ମନେ ରଖିପାରନ୍ତି। ସେମାନେ ଯେତେ ଭଲ ଭାବେ ବୁଝିବେ ଏବଂ ମନେ ରଖିବେ, ସେତେ ଶୀଘ୍ର ଉନ୍ନତି କରିବେ। ଏପରିକି ବାଯ୍ତିସ୍ମ ପରେ ମଧ୍ୟ ସେମାନଙ୍କୁ ସଭା ଓ ପ୍ରଚାର ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ ଏବଂ ଏହି ଭଲ ଅଭ୍ୟାସ ସେମାନଙ୍କୁ “ଜାଗ୍ରତ” ରହିବାରେ ସାହାଯ୍ୟ କରିବ। (ମାଥି ୨୫:୧୩) ତେଣୁ, ଯଦି ବିଦ୍ୟାର୍ଥୀମାନେ ଜାଣନ୍ତି ଯେ ଅଧ୍ୟୟନ କିପରି କରାଯାଏ ଏବଂ ସେମାନେ ଅଧ୍ୟୟନର ଏକ ରୁଟିନ୍‌ ତିଆରି କରନ୍ତି, ତେବେ ସେମାନଙ୍କୁ ସାରା ଜୀବନ ଲାଭ ହୋଇଥାଏ। ଆରମ୍ଭରୁ ହିଁ ଆମେ ବିଦ୍ୟାର୍ଥୀମାନଙ୍କୁ ବାଇବଲ ଅଧ୍ୟୟନ ପାଇଁ ପ୍ରସ୍ତୁତି କରିବାର ଏକ ଭଲ ଅଭ୍ୟାସ ରଖିବାରେ ସାହାଯ୍ୟ କରିବା ଉଚିତ୍‌।

ଏହା କିପରି କରିପାରିବା:

  • ନିଜେ ଭଲ ଉଦାହରଣ ରଖନ୍ତୁ। (ରୋମୀ ୨:୨୧) ପ୍ରତ୍ୟେକ ଅଧ୍ୟୟନ ପୂର୍ବରୁ ବିଦ୍ୟାର୍ଥୀଙ୍କୁ ମନରେ ରଖି ପ୍ରସ୍ତୁତି କରନ୍ତୁ। (ରାଜ୍ୟ ସେବା-ହି ୧୧/୧୫ ୩) ତାଙ୍କୁ ଆପଣଙ୍କ ପ୍ରକାଶନ ଦେଖାନ୍ତୁ, ଯେଉଁଥିରେ ଆପଣ ପ୍ରସ୍ତୁତି କରିବା ସମୟରେ ଚିହ୍ନ ଦେଇଛନ୍ତି

  • ପ୍ରସ୍ତୁତି କରିବା ପାଇଁ ତାଙ୍କୁ ପ୍ରୋତ୍ସାହନ ଦିଅନ୍ତୁ। ଯେବେ ଆପଣଙ୍କୁ ଲାଗେ ଯେ ବିଦ୍ୟାର୍ଥୀ ଜଣକ ନିୟମିତ ଅଧ୍ୟୟନ କରିବେ, ତାଙ୍କୁ କୁହନ୍ତୁ ଯେ ପ୍ରସ୍ତୁତି କରିବା ବାଇବଲ ଅଧ୍ୟୟନର ଏକ ଭାଗ ଏବଂ ଏହାର ଲାଭଗୁଡ଼ିକ ମଧ୍ୟ ଜଣାନ୍ତୁ। ସେ କିପରି ନିଜ ବ୍ୟସ୍ତ ଜୀବନରେ ପ୍ରସ୍ତୁତି କରିବା ପାଇଁ ସମୟ କାଢ଼ିପାରିବେ, ସେବିଷୟରେ ବ୍ୟବହାରିକ ପରାମର୍ଶ ଦିଅନ୍ତୁ। ଅଧ୍ୟୟନ ସମୟରେ କିଛି ପ୍ରଚାରକ ନିଜେ ଚିହ୍ନ ଦେଇଥିବା ପ୍ରକାଶନ ବିଦ୍ୟାର୍ଥୀଙ୍କୁ ଦେଇଥାʼନ୍ତି, ଯାହାଫଳରେ ବିଦ୍ୟାର୍ଥୀ ଜାଣିପାରନ୍ତି ଯେ ପ୍ରସ୍ତୁତି କରିବାର କʼଣ କʼଣ ଲାଭ ହୋଇଥାଏ। ଯେତେବେଳେ ବିଦ୍ୟାର୍ଥୀ ପ୍ରସ୍ତୁତି କରନ୍ତି, ତାଙ୍କୁ ପ୍ରଶଂସା କରନ୍ତୁ

  • ପ୍ରସ୍ତୁତି କିପରି କରାଯାଏ, ତାଙ୍କୁ ଶିଖାନ୍ତୁ। କିଛି ପ୍ରଚାରକ ଆରମ୍ଭରେ ଅଧ୍ୟୟନର ପୂରା ସମୟ ପ୍ରସ୍ତୁତି କିପରି କରାଯାଏ, ତାହା ଶିଖାଇଥାʼନ୍ତି