ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ
ଯେତେବେଳେ କଠିନ ସମସ୍ୟା ଆସିଲା, ଶିଷ୍ୟମାନେ କାହିଁକି ଭୟ କଲେ?
-
ଶିଷ୍ୟମାନେ ନିଜ ଉପରେ ଅତ୍ୟଧିକ ଭରସା କରିବାକୁ ଲାଗିଲେ। ଏପରିକି ପିତର ଭାବିଲେ ଯେ ଅନ୍ୟ ଶିଷ୍ୟମାନଙ୍କଠାରୁ ସେ ଅଧିକ ବିଶ୍ୱସ୍ତ ରହିବେ
-
ସେମାନେ ଜାଗି ରହିଲେ ନାହିଁ ଏବଂ ଲଗାତାର ପ୍ରାର୍ଥନା କଲେ ନାହିଁ
ଯୀଶୁଙ୍କ ପୁନରୁତ୍ଥାନ ପରେ ପ୍ରେରିତମାନଙ୍କୁ ମଣିଷ ଭୟର ଫାନ୍ଦରୁ ଦୂରେଇ ରହିବା ଏବଂ ବିରୋଧ ସତ୍ତ୍ୱେ ଲଗାତାର ପ୍ରଚାର କରିବାରେ କʼଣ ସାହାଯ୍ୟ କଲା?
-
ଶିଷ୍ୟମାନେ ଯୀଶୁଙ୍କ ସର୍ତକବାଣୀକୁ ହୃଦୟର ସହିତ ଗ୍ରହଣ କରିଥିଲେ। ତେଣୁ, ଯେତେବେଳେ ସେମାନଙ୍କୁ ଅତ୍ୟାଚାର କରାଗଲା ସେମାନେ ତାକୁ ସାମନା କରିପାରିଲେ
-
ସେମାନେ ଯିହୋବାଙ୍କୁ ପ୍ରାର୍ଥନା କଲେ ଏବଂ ତାହାଙ୍କ ଉପରେ ଭରସା ରଖିଲେ।—ପ୍ରେରି ୪:୨୪, ୨୯.
କେଉଁ କେଉଁ ପରିସ୍ଥିତିରେ ଆମକୁ ସାହସର ଆବଶ୍ୟକ ହୋଇପାରେ?