इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜ ପିଲାଙ୍କୁ ଯୀଶୁଙ୍କର ଅନୁଗମନ କରିବା ଶିଖାନ୍ତୁ

ନିଜ ପିଲାଙ୍କୁ ଯୀଶୁଙ୍କର ଅନୁଗମନ କରିବା ଶିଖାନ୍ତୁ

ଯେତେବେଳେ ଖ୍ରୀଷ୍ଟିୟାନ ପିତାମାତାମାନେ ଦେଖନ୍ତି ଯେ ସେମାନଙ୍କ ପିଲା ‘ଆପଣାକୁ ଅସ୍ୱୀକାର କରେ, ପୁଣି ଆପଣା ଯାତନାର କାଠଖୁଣ୍ଟ ଘେନି ଯୀଶୁଙ୍କର ଅନୁଗମନ କରେ,’ ସେଥିରୁ ସେମାନଙ୍କୁ ସବୁଠାରୁ ଅଧିକ ଖୁସି ମିଳିଥାଏ। (ମାର୍କ ୮:୩୪; ୩ଯୋହ ୪) ପିତାମାତା ନିଜ ପିଲାଙ୍କୁ କିପରି ପ୍ରସ୍ତୁତ କରିପାରିବେ, ଯାହାଫଳରେ ସେମାନେ ଯୀଶୁଙ୍କର ଅନୁଗମନ କରିବେ, ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବେ ଏବଂ ବାଯ୍ତିସ୍ମ ନେବେ? ପିତାମାତା କିପରି ଜାଣିପାରିବେ ଯେ ସେମାନଙ୍କ ପିଲାମାନେ ବାଯ୍ତିସ୍ମ ନେବା ପାଇଁ ପ୍ରସ୍ତୁତ କି ନୁହନ୍ତି?

ଯିହୋବାଙ୍କ ଇଚ୍ଛା ପୂରଣ କରିବା ପାଇଁ ସଂଗଠିତ (ହିନ୍ଦୀ) ନାମକ ବହିର ୧୬୫-୧୬୬ ପୃଷ୍ଠାରେ ଦିଆଯାଇଥିବା ଲେଖା, “ଖ୍ରୀଷ୍ଟିୟାନ ପିତାମାତାଙ୍କ ପାଇଁ ବାର୍ତ୍ତା” ପଢ଼ନ୍ତୁ ଏବଂ ଆଗକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  1. ୧. ଯୀଶୁଙ୍କ ଶିଷ୍ୟ କାହାକୁ କୁହାଯାଇପାରିବ?

  2. ୨. ପିତାମାତାମାନେ ନିଜ ପିଲାଙ୍କୁ କʼଣ ଶିଖାଇବା ଉଚିତ୍‌?

  3. ୩. ପିଲାମାନେ ନିଜ ବୟସ ମୁତାବକ ତଳେ ଦିଆଯାଇଥିବା ପଦଗୁଡ଼ିକୁ କିପରି ଲାଗୁ କରିବା ଉଚିତ୍‌, ଯାହାଫଳରେ ସେମାନେ ବାଯ୍ତିସ୍ମ ନେବା ପାଇଁ ଯୋଗ୍ୟ ହୋଇପାରିବେ?