ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପିତାମାତାମାନେ, ପିଲାଙ୍କୁ ଶିଖାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ
ଖ୍ରୀଷ୍ଟିୟାନ ପିତାମାତାମାନଙ୍କର ଏହା ହିଁ ଇଚ୍ଛା ଥାଏ ଯେ ସେମାନଙ୍କ ପିଲାମାନେ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରନ୍ତୁ। ସେମାନେ ବାଇବଲର ସତ୍ୟଗୁଡ଼ିକୁ ଶିଶୁ ଅବସ୍ଥାରୁ ହିଁ ନିଜ ପିଲାଙ୍କ ମନରେ ବସାଇ ସେମାନଙ୍କୁ ଯିହୋବାଙ୍କ ସେବା କରିବା ପାଇଁ ପ୍ରସ୍ତୁତ କରିପାରିବେ। (ଦ୍ୱିବି ୬:୭; ହିତୋ ୨୨:୬) ଏପରି କରିବା ପାଇଁ ପିତାମାତାଙ୍କୁ ଅନେକ ତ୍ୟାଗ କରିବାକୁ ପଡ଼ିବ। କିନ୍ତୁ ସେମାନେ ଦୃଢ଼ ଭରସା ରଖିପାରିବେ ଯେ ସେମାନେ ଯାହା ମଧ୍ୟ ତ୍ୟାଗ କରିବେ, ତାʼଠାରୁ କାହିଁ କେତେ ଗୁଣ ଅଧିକ ସେମାନଙ୍କୁ ଆଶିଷ ମିଳିବ!—୩ଯୋହ ୪.
ଆଜି ପିତାମାତାମାନେ ଯୋଷେଫ ଓ ମରୀୟମଙ୍କଠାରୁ ବହୁତ କିଛି ଶିଖିପାରିବେ। ଯୋଷେଫ ଓ ମରୀୟମ “ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମକୁ ଯାଉଥିଲେ।” (ଲୂକ ୨:୪୧) ଯଦିଓ ଏଥିପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା ଏବଂ ଯଥେଷ୍ଟ ଅର୍ଥ ମଧ୍ୟ ଆବଶ୍ୟକ ହେଉଥିଲା, ତଥାପି ସେମାନେ ପ୍ରତିବର୍ଷ ସେଠାକୁ ଯାଉଥିଲେ। ଏଥିରୁ ଜଣାପଡ଼େ ଯେ ସମ୍ପୂର୍ଣ୍ଣ ପରିବାର ଯିହୋବାଙ୍କ ନିକଟବର୍ତ୍ତୀ ହେବା ସେମାନଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଥିଲା। ସେମାନଙ୍କ ଭଳି ଆଜି ଖ୍ରୀଷ୍ଟିୟାନ ପିତାମାତାମାନେ ମଧ୍ୟ ନିଜ କଥାରେ ଓ କାମରେ ପିଲାଙ୍କୁ ସଠିକ୍ ବାଟରେ ଚାଲିବା ଶିଖାଇପାରିବେ।—ଗୀତ ୧୨୭:୩-୫.
ସେମାନେ ସୁଯୋଗକୁ ହାତଛଡ଼ା କଲେ ନାହିଁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଜନ୍ ଓ ସେରନ୍ ଶିଲ୍ଲର୍ ନିଜ ପିଲାଙ୍କ ଲାଳନପାଳନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକୁ କିପରି ପ୍ରଥମ ସ୍ଥାନ ଦେଇପାରିଲେ?
-
ପିତାମାତା କାହିଁକି ନିଜ ପ୍ରତ୍ୟେକ ପିଲାର ଆବଶ୍ୟକତା ମୁତାବକ ତାକୁ ଶିଖାଇବା ଉଚିତ୍?
-
ବିଶ୍ୱାସର ପରୀକ୍ଷାଗୁଡ଼ିକୁ ସାମନା କରିବା ପାଇଁ ପିତାମାତା କିପରି ନିଜ ପିଲାଙ୍କୁ ପ୍ରସ୍ତୁତ କରିପାରିବେ?
-
ଆପଣଙ୍କ ପିଲାକୁ ଯିହୋବାଙ୍କ ମିତ୍ର ହେବାରେ ସାହାଯ୍ୟ କରିବା ପାଇଁ ଆପଣ ସଂଗଠନର କେଉଁ କେଉଁ ପ୍ରକାଶନ ବ୍ୟବହାର କରିଛନ୍ତି?