ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସୋଶିଆଲ୍ ମିଡିଆର ବିପଦଠାରୁ ଦୂରେଇ ରହନ୍ତୁ
ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ସୋଶିଆଲ୍ ମିଡିଆ ଆମର ଅନେକ କାମରେ ଆସିଥାଏ, କିନ୍ତୁ ଏହା କ୍ଷତିକାରକ ମଧ୍ୟ ହୋଇପାରେ। କିଛି ଖ୍ରୀଷ୍ଟିୟାନମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଏହାର ଆଦୌ ବ୍ୟବହାର କରିବେ ନାହିଁ। ଆଉ କିଛି ନିଜ ପରିବାର ଓ ବନ୍ଧୁମାନଙ୍କର ସମ୍ପର୍କରେ ରହିବା ପାଇଁ ଏହାର ବ୍ୟବହାର କରିଥାʼନ୍ତି। ଶୟତାନ ଚାହେଁ ଯେ ଆମେ ବିନା ବୁଝିବିଚାରି ସୋଶିଆଲ୍ ମିଡିଆର ବ୍ୟବହାର କରୁ, ଯାହାଫଳରେ ଆମର ନାମ ଖରାପ ହୋଇଯାଉ ଏବଂ ଯିହୋବାଙ୍କ ସହିତ ଆମ ସମ୍ପର୍କ ତୁଟିଯାଉ। ଯୀଶୁଙ୍କ ଭଳି ଆମେ ଈଶ୍ୱରଙ୍କ ବାକ୍ୟର ସିଦ୍ଧାନ୍ତଗୁଡ଼ିକୁ ଆପଣାଇ ଆଗରୁ ବିପଦକୁ ଚିହ୍ନିପାରିବା ଏବଂ ତାʼଠାରୁ ଦୂରେଇ ରହିପାରିବା।—ଲୂକ ୪:୪, ୮, ୧୨.
ଏଗୁଡ଼ିକଠାରୁ ଦୂରେଇ ରହନ୍ତୁ:
-
ସୋଶିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର— ସୋଶିଆଲ୍ ମିଡିଆରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଇଲେ, ଆମ ପାଖରେ ଈଶ୍ୱରଙ୍କ ସେବା ସହ ଜଡ଼ିତ କାମଗୁଡ଼ିକୁ କରିବା ପାଇଁ ଆଉ ସମୟ ରହିବ ନାହିଁ
ବାଇବଲର ସିଦ୍ଧାନ୍ତ: ଏଫି ୫:୧୫, ୧୬; ଫିଲିପ୍ ୧:୧୦
-
ମନ୍ଦ ଜିନିଷଗୁଡ଼ିକ ଦେଖିବା— ଉତ୍ତେଜିତ କରୁଥିବା ଚିତ୍ରଗୁଡ଼ିକୁ ଦେଖିବା ଦ୍ୱାରା ଆମେ ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓ ଦେଖିବାର ଅଭ୍ୟସ୍ତ ହୋଇଯାଇପାରୁ, କିମ୍ବା ଅନୈତିକତାର ଫାନ୍ଦରେ ପଡ଼ିଯାଇପାରୁ। ଆମ ସଂଗଠନ ବିରୁଦ୍ଧରେ କହୁଥିବା ଲୋକମାନଙ୍କର ୱେବ୍ସାଇଟ୍ କିମ୍ବା ବ୍ଲଗ୍ ପଢ଼ିବା ଦ୍ୱାରା ଆମ ବିଶ୍ୱାସ ଦୁର୍ବଳ ହୋଇଯାଇପାରେ
ବାଇବଲର ସିଦ୍ଧାନ୍ତ: ମାଥି ୫:୨୮; ଫିଲିପ୍ ୪:୮
-
ଖରାପ ଫଟୋ ଛାଡ଼ିବା କିମ୍ବା କମେଣ୍ଟ ଲେଖିବା— ହୃଦୟ ସବୁଠାରୁ କପଟମୟ। ତେଣୁ ଆମେ ହୁଏତ ସୋଶିଆଲ୍ ମିଡିଆରେ ଖରାପ ଫଟୋ ଛାଡ଼ିପାରୁ କିମ୍ବା କମେଣ୍ଟ ଲେଖିପାରୁ। କିନ୍ତୁ ଏହାଦ୍ୱାରା ଅନ୍ୟମାନଙ୍କର ନାମ ଖରାପ ହୋଇପାରେ କିମ୍ବା ଆମେ ସେମାନଙ୍କର ବିଘ୍ନର କାରଣ ହୋଇପାରୁ
ବାଇବଲର ସିଦ୍ଧାନ୍ତ: ରୋମୀ ୧୪:୧୩; ଏଫି ୪:୨୯
ସୋଶିଆଲ୍ ମିଡିଆ—ଟିକେ ସାବଧାନ! (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ କୁହନ୍ତୁ ଯେ ତଳେ ଦିଆଯାଇଥିବା ପରିସ୍ଥିତିଗୁଡ଼ିକଠାରୁ ଆପଣ କିପରି ଦୂରେଇ ରହିପାରିବେ: