ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ
ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଏକ ଉତ୍ତମ ଉଦାହରଣ ରଖିଯାଇଛନ୍ତି। ବିଶେଷତଃ, ଯେତେବେଳେ ଆମ ଜୀବନରେ ପରୀକ୍ଷା ଆସେ କିମ୍ବା ଆମେ ଅତ୍ୟାଚାରର ସାମନା କରୁ, ଆମେ ତାହାଙ୍କୁ ଅନୁକରଣ କରିବା ଉଚିତ୍। (୧ପିତ ୨:୨୧-୨୩) ଯଦିଓ ଯୀଶୁଙ୍କୁ ନିନ୍ଦା କରାଗଲା, ତଥାପି ସେ କେବେ ମଧ୍ୟ ତାʼର ପ୍ରତିଶୋଧ ନେଲେ ନାହିଁ। ଏପରିକି ଦୁଃଖଭୋଗ କରିବା ସମୟରେ ମଧ୍ୟ ସେ ଶାନ୍ତ ରହିଲେ। (ମାର୍କ ୧୫:୨୯-୩୨) ଧୈର୍ଯ୍ୟର ସହିତ ଏସବୁ ସହ୍ୟ କରିବାରେ ତାହାଙ୍କୁ କʼଣ ସାହାଯ୍ୟ କଲା? ସେ ଯିହୋବାଙ୍କ ଇଚ୍ଛା ପୂରଣ କରିବା ପାଇଁ ଦୃଢ଼ ସଂକଳ୍ପ କରିଥିଲେ। (ଯୋହ ୬:୩୮) ସେ “ଆପଣା ସମ୍ମୁଖସ୍ଥ ଆନନ୍ଦ” ପ୍ରତି ନିଜ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କଲେ।—ଏବ୍ରୀ ୧୨:୨.
ଯେତେବେଳେ ଆମ ବିଶ୍ୱାସ ଯୋଗୁଁ ଆମ ପ୍ରତି ଦୁର୍ବ୍ୟବହାର କରାଯାଏ, ଆମେ କିପରି ପ୍ରତିକ୍ରିୟା ଦେଖାଉ? ପ୍ରକୃତ ଖ୍ରୀଷ୍ଟିୟାନମାନେ “ମନ୍ଦ ବଦଳରେ କାହାରି ମନ୍ଦ” କରନ୍ତି ନାହିଁ। (ରୋମୀ ୧୨:୧୪, ୧୭) ଯୀଶୁ ଧୈର୍ଯ୍ୟର ସହିତ ଅତ୍ୟାଚାର ଓ କଷ୍ଟସବୁ ସହ୍ୟ କଲେ। ଯଦି ଆମେ ତାହାଙ୍କୁ ଅନୁକରଣ କରିବା, ତେବେ ଆମ ଉପରେ ଯିହୋବାଙ୍କର ମଞ୍ଜୁରି ଅଛି ବୋଲି ଆମେ ଆନନ୍ଦ କରିପାରିବା।—ମାଥି ୫:୧୦-୧୨; ୧ପିତ ୪:୧୨-୧୪.
ଯିହୋବାଙ୍କ ନାମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଆଗକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ନିଃସଙ୍ଗ କାରାବାସରେ ଥିବା ବେଳେ ଭଉଣୀ ପଟ୍ଜିଙ୍ଗର୍ a ନିଜ ସମୟର କିପରି ସଠିକ୍ ଉପଯୋଗ କଲେ?
-
ବିଭିନ୍ନ ବନ୍ଦୀ ଶିବିରରେ ଥିବା ବେଳେ ଭାଇ ଓ ଭଉଣୀ ପଟ୍ଜିଙ୍ଗର୍ କେଉଁ କେଉଁ ଅତ୍ୟାଚାର ଓ କଷ୍ଟସବୁ ଧୈର୍ଯ୍ୟର ସହିତ ସହ୍ୟ କଲେ?
-
ଧୈର୍ଯ୍ୟର ସହିତ ଏସବୁ ସହ୍ୟ କରିବାରେ ସେମାନଙ୍କୁ କʼଣ ସାହାଯ୍ୟ କଲା?
a ଏହି ନାମକୁ ପଏଟ୍ଜିଙ୍ଗର୍ ବୋଲି ମଧ୍ୟ ଉଚ୍ଚାରଣ କରାଯାଏ।