इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୨-୧୩

“ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ”

“ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ”

୧୨:୬, ୭

ଲୂକ ୧୨:୬, ୭ ପଦରେ ଥିବା କଥା ଯୀଶୁ କେଉଁ ସନ୍ଦର୍ଭରେ କହିଥିଲେ? ଆମେ ୪ ପଦରେ ପଢ଼ୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ କିଛି ଲୋକ ସେମାନଙ୍କୁ ହୁଏତ ବିରୋଧ କରିପାରନ୍ତି କିମ୍ବା ଜୀବନରେ ମାରି ଦେଇପାରନ୍ତି, କିନ୍ତୁ ସେମାନଙ୍କୁ ଭୟ କରିବା ଆବଶ୍ୟକ ନୁହେଁ । ଭବିଷ୍ୟତରେ ଶିଷ୍ୟମାନେ ବିରୋଧଗୁଡ଼ିକର ସାମନା କରିଥାʼନ୍ତେ ଏବଂ ଏଥିପାଇଁ ଯୀଶୁ ସେମାନଙ୍କୁ ପ୍ରସ୍ତୁତ କରୁଥିଲେ । ସେ ପ୍ରତିଶ୍ରୁତି ଦେଲେ ଯେ ଯିହୋବା ନିଜ ପ୍ରତ୍ୟେକ ସେବକଙ୍କୁ ବହୁମୂଲ୍ୟ ମନେ କରନ୍ତି ଏବଂ ସେ ସେମାନଙ୍କ ସହିତ ଏପରି କିଛି ଘଟିବାକୁ ଦେବେ ନାହିଁ, ଯାହାଦ୍ୱାରା ସେମାନଙ୍କର ଚିରଦିନ ପାଇଁ କୌଣସି କ୍ଷତି ହେବ ।

ଯେଉଁମାନେ ନିର୍ଯ୍ୟାତନାର ସାମନା କରୁଛନ୍ତି, ସେମାନଙ୍କ ପାଇଁ ଯିହୋବା ପ୍ରକୃତରେ ଚିନ୍ତା କରନ୍ତି । ଆମେ ଯିହୋବାଙ୍କୁ କିପରି ଅନୁକରଣ କରିପାରିବା?

ଯେଉଁ ଯିହୋବାଙ୍କ ସାକ୍ଷୀମାନେ ନିଜ ବିଶ୍ୱାସ ଯୋଗୁଁ ଜେଲ୍‌ରେ ଅଛନ୍ତି, ସେମାନଙ୍କ ବିଷୟରେ ତାଜା ତଥ୍ୟ ଆମେ କେଉଁଠି ପାଇପାରିବା?

କେତେ ଜଣ ଭାଇଭଉଣୀ ଜେଲ୍‌ରେ ଅଛନ୍ତି?