ଯୀଶୁଙ୍କ ଅନୁଗମନ କରିବା ପାଇଁ କ’ଣ ଜରୁରୀ ?
ଜଣେ କୃଷକକୁ କ୍ଷେତରେ ସିଧା ଶିଆର ତିଆରି କରିବା ପାଇଁ ପଛକୁ ଚାହିଁ ନିଜ ଧ୍ୟାନ ଭଙ୍ଗ କରିବାର ନ ଥିଲା । ଠିକ୍ ସେହିପରି, ଜଣେ ଖ୍ରୀଷ୍ଟିୟାନ ମଧ୍ୟ ଜଗତରେ ଯାହାସବୁ ଛାଡ଼ି ଆସିଛି, ସେଗୁଡ଼ିକୁ ମନେ ପକାଇ ନିଜ ଧ୍ୟାନ ଭଙ୍ଗ କରିବା ଉଚିତ୍ ନୁହେଁ ।—ଫିଲିପ୍ ୩:୧୩.
ଯେତେବେଳେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ସେତେବେଳେ ଅତି ସହଜରେ ଆମକୁ ଅତୀତର ଦିନଗୁଡ଼ିକ ମନେ ପଡ଼ିଯାଏ । ଆମେ ହୁଏତ ଭାବିପାରୁ ଯେ ସତ୍ୟକୁ ଆସିବା ପୂର୍ବେ ‘ଜୀବନଟା କେତେ ସୁନ୍ଦର ଥିଲା ।’ ଏପରି କରିବା ସମୟରେ ହୁଏତ ଆମେ ଅତୀତର ଖୁସିର ମୁହୂର୍ତ୍ତଗୁଡ଼ିକୁ ଅଧିକ ମହତ୍ତ୍ୱ ଦେଉ ଏବଂ ଦୁଃଖଦ ଅନୁଭୂତିସବୁକୁ ଅଣଦେଖା କରିଥାଉ । ଇସ୍ରାଏଲୀୟମାନେ ମିଶର ଦେଶ ଛାଡ଼ିବା ପରେ ଠିକ୍ ଏପରି ହିଁ କରିଥିଲେ । (ଗଣ ୧୧:୫, ୬) ଯଦି ଆମେ ଏଭଳି ଭାବନାଗୁଡ଼ିକୁ ମନ ଭିତରେ ପ୍ରଶ୍ରୟ ଦେବା, ତେବେ ହୁଏତ ପୁଣିଥରେ ଅତୀତର ସେହି ଜୀବନକୁ ଫେରିଯିବା ପାଇଁ ଆମେ ଇଚ୍ଛା କରିପାରୁ । ତେଣୁ ଆଜି ଆମକୁ ଯେଉଁ ଆଶିଷଗୁଡ଼ିକ ମିଳିଛି ଏବଂ ଭବିଷ୍ୟତରେ ଈଶ୍ୱରଙ୍କ ରାଜ୍ୟରେ ଯେଉଁ ପ୍ରକୃତ ଖୁସି ମିଳିବ, ସେଗୁଡ଼ିକ ପ୍ରତି ନିଜ ଧ୍ୟାନ କେନ୍ଦ୍ରିତ କରିବା ଆମ ପାଇଁ କେତେ ଜରୁରୀ!—୨କରି ୪:୧୬-୧୮.