ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—JW.ORG ୱେବ୍ସାଇଟ୍ ବ୍ୟବହାର କରିବାରେ
ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଆମ ଶିକ୍ଷା ଉପକରଣ ବକ୍ସରେ ଥିବା ପ୍ରତ୍ୟେକ ପ୍ରକାଶନରେ jw.org ୱେବ୍ସାଇଟ୍ ଦିଆଯାଇଛି । ସମ୍ପର୍କ କାର୍ଡ଼ ଓ ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? ଟ୍ରାକ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ଧ୍ୟାନ ଆମ ୱେବ୍ସାଇଟ୍ ଆଡ଼କୁ ଆକର୍ଷଣ କରିବା । ଆପଣ ଶିକ୍ଷା ଉପକରଣ ବକ୍ସରୁ ଯେକୌଣସି ପ୍ରକାଶନ ଅନ୍ୟମାନଙ୍କୁ jw.org ୱେବ୍ସାଇଟ୍ରୁ ଇ-ମେଲ୍ ସାହାଯ୍ୟରେ ବା ଏହାର ଲିଙ୍କ୍ ପଠାଇପାରିବେ । ବିଶେଷ କରି ଅନ୍ୟ ଭାଷା କହୁଥିବା କୌଣସି ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେବା ସମୟରେ ଏହା ଆମର କାମରେ ଆସିଥାଏ । ତାʼ ଛଡ଼ା, ବେଳେ ବେଳେ ଲୋକେ ଏମିତି ପ୍ରଶ୍ନ ପଚାରିପାରନ୍ତି, ଯାହାର ଉତ୍ତର ଶିକ୍ଷା ଉପକରଣ ବକ୍ସରେ ଥିବା ପ୍ରକାଶନଗୁଡ଼ିକରେ ମିଳେ ନାହିଁ । ଯଦି ଆମେ jw.org ୱେବ୍ସାଇଟ୍ର ବ୍ୟବହାର କରିବା ଶିଖିବା, ତେବେ ଆମେ ଆହୁରି ଭଲ ଭାବେ ପ୍ରଚାର କରିପାରିବା ।
ଏହା କିପରି କରିପାରିବା:
-
“ବାଇବଲରୁ ଜାଣନ୍ତୁ” ଟ୍ୟାବ୍ରେ ଖୋଜନ୍ତୁ । ମନେ କରନ୍ତୁ ଯେ ଆପଣ ଏପରି ଜଣେ ବାପା କିମ୍ବା ମାଆଙ୍କୁ ସାକ୍ଷ୍ୟ ଦେଉଛନ୍ତି, ଯିଏ ପିଲାଙ୍କୁ ଭଲ ଭାବେ ଲାଳନପାଳନ କରିବା ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି । ବାଇବଲରୁ ଜାଣନ୍ତୁ > ବିବାହ ଓ ପରିବାର (ହିନ୍ଦୀ) ବିଭାଗକୁ ଯାଆନ୍ତୁ ।
-
“ପ୍ରକାଶନ” ଟ୍ୟାବ୍ରେ ଖୋଜନ୍ତୁ । ମନେ କରନ୍ତୁ ଯେ ଆପଣ ସ୍କୁଲରେ ସୁଯୋଗ ଦେଖି ଜଣେ ସହପାଠୀକୁ ସାକ୍ଷ୍ୟ ଦେଉଛନ୍ତି ଏବଂ ଆପଣ ତାକୁ ଯୁବକଯୁବତୀମାନେ ପଚାରୁଥିବା ୧୦ ପ୍ରଶ୍ନ (ହିନ୍ଦୀ) ନାମକ ପୁସ୍ତିକା ଦେବାକୁ ଚାହୁଁଛନ୍ତି । ପ୍ରକାଶନ > ବହି ଓ ପୁସ୍ତିକା ବିଭାଗକୁ ଯାଆନ୍ତୁ ।
-
“ଆମ ବିଷୟରେ” ଟ୍ୟାବ୍ରେ ଖୋଜନ୍ତୁ । ମନେ କରନ୍ତୁ ଯେ ଆପଣ ନିଜ ସହିତ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଉଛନ୍ତି, ଯିଏ ଆମ ବିଶ୍ୱାସ ବିଷୟରେ ଜାଣିବାକୁ ଚାହାନ୍ତି । ଆମ ବିଷୟରେ > ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ହିନ୍ଦୀ) ବିଭାଗକୁ ଯାଆନ୍ତୁ ।
JW.ORG ୱେବ୍ସାଇଟ୍ର ବ୍ୟବହାର ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ କୁହନ୍ତୁ ଯେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ୱେବ୍ସାଇଟ୍ର କେଉଁଠିକୁ ଯିବେ:
-
ଜଣେ ନାସ୍ତିକଙ୍କୁ
-
ଏପରି ଜଣେ ବ୍ୟକ୍ତିଙ୍କୁ, ଯିଏ ଏବେ ଏବେ ଏକ ଦୁଃଖଦ ଘଟଣାକୁ ସାମନା କରିଛନ୍ତି
-
ସତ୍ୟରେ ଥଣ୍ଡା ପଡ଼ିଯାଇଥିବା ଜଣେ ଭାଇ କିମ୍ବା ଭଉଣୀଙ୍କୁ
-
ପୁନଃସାକ୍ଷାତରେ ଜଣେ ବ୍ୟକ୍ତିଙ୍କୁ, ଯିଏ ପଚାରନ୍ତି ଯେ ଆମ କାମ ପାଇଁ ପଇସା କେଉଁଠୁ ଆସେ
-
ବିଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ, ଯିଏ ତାଙ୍କ ଦେଶରେ ହେଉଥିବା ସଭାର ଠିକଣା ଜାଣିବାକୁ ଚାହାନ୍ତି