ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୀଶୁ ଆପଣଙ୍କ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ
ଯୀଶୁ ଅସିଦ୍ଧ ବା ଅପରିପୂର୍ଣ୍ଣ ଲୋକମାନଙ୍କ ପାଇଁ ନିଜ ଜୀବନ ବଳିଦାନ କଲେ । (ରୋମୀ ୫:୮) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୀଶୁ ଆମ ପାଇଁ ନିଜ ଜୀବନ ଉତ୍ସର୍ଗ କରି ଆମ ପ୍ରତି ପ୍ରେମ ଦେଖାଇଛନ୍ତି । ତେଣୁ ଆମେ ବ୍ୟକ୍ତିଗତ ଭାବେ ତାହାଙ୍କ ନିକଟରେ କୃତଜ୍ଞ । କିନ୍ତୁ ଆମେ ସର୍ବଦା ମନେ ରଖିବା ଉଚିତ୍ ଯେ ଯୀଶୁ ଆମ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ । ଯୀଶୁଙ୍କ ଭଳି ଆମେ ନିଜ ଭାଇଭଉଣୀମାନଙ୍କ ପ୍ରତି ପ୍ରେମ କିପରି ଦେଖାଇପାରିବା, ଯେଉଁମାନେ ଆମ ଭଳି ଅପରିପୂର୍ଣ୍ଣ? ଆସନ୍ତୁ ତିନୋଟି ଉପାୟ ପ୍ରତି ଧ୍ୟାନ ଦେବା । ପ୍ରଥମତଃ, ଆମେ କିଛି ନିର୍ଦ୍ଦିଷ୍ଟ ଭାଇଭଉଣୀଙ୍କ ସହିତ ମିତ୍ରତା କରିବାରେ ସୀମିତ ନ ରହି ଅନ୍ୟମାନଙ୍କ ସହିତ ମଧ୍ୟ ମିତ୍ରତା କରିବା ଉଚିତ୍, ଯେଉଁମାନେ ଆମ ଭାଷାଭାଷୀ ଓ ସଂସ୍କୃତିର ନୁହନ୍ତି । (ରୋମୀ ୧୫:୭; ୨କରି ୬:୧୨, ୧୩) ଦ୍ୱିତୀୟତଃ, ଆମେ ଧ୍ୟାନ ଦେବା ଉଚିତ୍ ଯେ ଆମେ ଏପରି କାମ କରିବା ନାହିଁ କିମ୍ବା ଏପରି କଥା କହିବା ନାହିଁ, ଯାହା ଅନ୍ୟମାନଙ୍କୁ ଆଘାତ ଦେଇଥାଏ । (ରୋମୀ ୧୪: ୧୩-୧୫) ତୃତୀୟତଃ, ଯଦି ଆମ ବିରୁଦ୍ଧରେ କେହି ପାପ କରନ୍ତି, ତେବେ ଆମେ ତାଙ୍କୁ ତୁରନ୍ତ କ୍ଷମା କରିବା ଉଚିତ୍ । (ଲୂକ ୧୭:୩, ୪; ୨୩:୩୪) ଯଦି ଆମେ ଏହି ତିନୋଟି ଉପାୟରେ ଭାଇଭଉଣୀମାନଙ୍କ ପ୍ରତି ପ୍ରେମ ଦେଖାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା, ତେବେ ଯିହୋବାଙ୍କ ଆଶିଷ ଦ୍ୱାରା ଆମ ମଣ୍ଡଳୀରେ ଶାନ୍ତି ଓ ଏକତା ବଜାୟ ରହିବ ।
ପ୍ରକୃତ ସୁନ୍ଦରତା ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ମିକି ଆରମ୍ଭରେ ମଣ୍ଡଳୀର ଭାଇଭଉଣୀମାନଙ୍କ ବିଷୟରେ କʼଣ ଭାବୁଥିଲେ?
-
ତାଙ୍କ ଭାବନା କାହିଁକି ବଦଳିଗଲା?
-
ଯୀଶୁଙ୍କ ଉଦାହରଣ ପ୍ରତି ଧ୍ୟାନ ଦେବା ଦ୍ୱାରା ମିକି କିପରି ନିଜ ଦୃଷ୍ଟିକୋଣକୁ ସୁଧାରିପାରିଲେ? (ମାର୍କ ୧୪:୩୮)
-
ହିତୋପଦେଶ ୧୯:୧୧ ପଦ ପ୍ରତି ଧ୍ୟାନ ଦେଲେ ଆମେ ଭାଇଭଉଣୀଙ୍କ ବିଷୟରେ କିପରି ଭଲ ମନୋଭାବ ରଖିପାରିବା?