इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ସାକ୍ଷ୍ୟ ଦେବା ପାଇଁ କଥାବାର୍ତ୍ତା ଆରମ୍ଭ କରିବାରେ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ସାକ୍ଷ୍ୟ ଦେବା ପାଇଁ କଥାବାର୍ତ୍ତା ଆରମ୍ଭ କରିବାରେ

ଯୀଶୁ ଖ୍ରୀଷ୍ଟ ଏକ ଶମିରୋଣୀୟା ସ୍ତ୍ରୀକୁ ସୁଯୋଗ ଦେଖି ସାକ୍ଷ୍ୟ ଦେଇପାରିଲେ, କାରଣ ସେ ସାକ୍ଷ୍ୟ ଦେବା ପୂର୍ବରୁ ଏକ ସ୍ୱାଭାବିକ କଥାବାର୍ତ୍ତା ଆରମ୍ଭ କଲେ । ଅଚିହ୍ନା ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇପାରିବା?

  • ଲୋକମାନଙ୍କୁ ବନ୍ଧୁତାପୂର୍ଣ୍ଣ ବ୍ୟବହାର ଦେଖାନ୍ତୁ ଏବଂ କଥା ହୁଅନ୍ତୁ । ଯଦିଓ ଯୀଶୁ ଥକି ଯାଇଥିଲେ, ତଥାପି ସେ ପିଇବା ପାଇଁ ପାଣି ମାଗି କଥାବାର୍ତ୍ତା ଆରମ୍ଭ କଲେ । ତେଣୁ ହୁଏତ ଆପଣ ମଧ୍ୟ ପାଣିପାଗ କିମ୍ବା କୌଣସି ସାମ୍ପ୍ରତିକ ଘଟଣା ବିଷୟରେ ନିଜ ମତାମତ ଦେଇ କଥାବାର୍ତ୍ତା ଆରମ୍ଭ କରିପାରିବେ । ମନେ ରଖନ୍ତୁ ଯେ ଆମର ପ୍ରାରମ୍ଭିକ ଉଦ୍ଦେଶ୍ୟ ହେଉଛି, କେବଳ କଥାବାର୍ତ୍ତା ଆରମ୍ଭ କରିବା । ତେଣୁ ଏପରି କୌଣସି ବିଷୟରେ କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯେଉଁଥିରେ ବ୍ୟକ୍ତି ଜଣକ ରୁଚି ରଖୁଥିବେ । ଯଦି ସେ କିଛି ପ୍ରତିକ୍ରିୟା ଦେଖାନ୍ତି ନାହିଁ, ତେବେ ସେଥିରେ କିଛି କ୍ଷତି ନାହିଁ । ଆପଣ ହାର୍‌ ମାନନ୍ତୁ ନାହିଁ, ଅନ୍ୟ କାହା ସହିତ କଥା ହୁଅନ୍ତୁ । ଯିହୋବାଙ୍କୁ ପ୍ରାର୍ଥନାରେ ସାହସ ମାଗନ୍ତୁ ।—ନିହି ୨:୪; ପ୍ରେରି ୪:୨୯.

  • ସାକ୍ଷ୍ୟ ଦେବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ସେଥିପାଇଁ ସର୍ବଦା ପ୍ରସ୍ତୁତ ରହନ୍ତୁ । କିନ୍ତୁ ତରବର ହୁଅନ୍ତୁ ନାହିଁ । କଥାବାର୍ତ୍ତାକୁ ସ୍ୱାଭାବିକ ଭାବେ ଆଗକୁ ବଢ଼ିବାକୁ ଦିଅନ୍ତୁ । ଯଦି ଆପଣ ତୁରନ୍ତ ଓ ଜବରଦସ୍ତି ସାକ୍ଷ୍ୟ ଦେବାକୁ ଚେଷ୍ଟା କରିବେ, ତେବେ ହୁଏତ ବ୍ୟକ୍ତି ଜଣକୁ ଏହା ଅଖାଡ଼ୁଆ ଲାଗିପାରେ ଏବଂ ସେ କଥାବାର୍ତ୍ତା ବନ୍ଦ କରିଦେଇପାରନ୍ତି । ଯଦି ଆପଣଙ୍କ ସାକ୍ଷ୍ୟ ଦେବା ପୂର୍ବରୁ କଥାବାର୍ତ୍ତା ସମାଯ୍ତ ହୋଇଯାଏ, ତେବେ ନିରାଶ ହୁଅନ୍ତୁ ନାହିଁ । ଯଦି ଆପଣଙ୍କୁ ସୁସମାଚାର ବିଷୟରେ କହିବାକୁ ଭୟ ଲାଗେ, ତେବେ ସାକ୍ଷ୍ୟ ଦେବାର ଉଦ୍ଦେଶ୍ୟ ନ ରଖି କଥାବାର୍ତ୍ତା ଆରମ୍ଭ କରିବାର ଅଭ୍ୟାସ କରନ୍ତୁ । [ଭିଡିଓ-୧ ଚଲାନ୍ତୁ ଏବଂ ଆଲୋଚନା କରନ୍ତୁ ।]

  • ସାକ୍ଷ୍ୟ ଦେବା ପାଇଁ ଏକ ସୁଯୋଗ ତିଆରି କରନ୍ତୁ । ଏଥିପାଇଁ ନିଜ ବିଶ୍ୱାସ ବିଷୟରେ ହୃଦୟରୁ କୌଣସି ଏକ କଥା କୁହନ୍ତୁ, ଯାହାଫଳରେ ବ୍ୟକ୍ତି ଜଣକର ମନରେ ହୁଏତ ସେବିଷୟରେ ଆହୁରି ଜାଣିବା ପାଇଁ ଇଚ୍ଛା ଜାଗ୍ରତ ହେବ । ଯୀଶୁ କିଛି କୌତୁହଳପୂର୍ଣ୍ଣ କଥା କହିଲେ, ଯାହାଫଳରେ ସ୍ତ୍ରୀ ଜଣକ ସେବିଷୟରେ ପ୍ରଶ୍ନ ପଚାରିବା ପାଇଁ ବାଧ୍ୟ ହେଲା । କିଛି ସମୟ ପରେ, ଯେତେବେଳେ ଯୀଶୁ ସୁସମାଚାର ବିଷୟରେ କହିବାକୁ ଲାଗିଲେ, ସେ କେବଳ ସ୍ତ୍ରୀଟିର ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଥିଲେ । [ଭିଡିଓ-୨ ଚଲାନ୍ତୁ ଏବଂ ଆଲୋଚନା କରନ୍ତୁ । ତାʼପରେ ଭିଡିଓ-୩ ଚଲାନ୍ତୁ ଏବଂ ଆଲୋଚନା କରନ୍ତୁ ।]