ସଠିକ୍ ମନୋଭାବ ରଖି ଯୀଶୁଙ୍କର ଅନୁଗମନ କରନ୍ତୁ
ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ଏକ ଦୃଷ୍ଟାନ୍ତକୁ ବୁଝିପାରିଲେ ନାହିଁ, ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକେ ନିଜ ବିଘ୍ନ ବା ବାଧାର କାରଣ ହେଲେ ଏବଂ ସେମାନେ ଯୀଶୁଙ୍କର ଅନୁଗମନ କରିବା ଛାଡ଼ିଦେଲେ । ଏହାର ମାତ୍ର ଗୋଟିଏ ଦିନ ପୂର୍ବେ, ଯୀଶୁ ଅଲୌକିକ ଭାବେ ସେମାନଙ୍କୁ ଖୁଆଇଥିଲେ ଏବଂ ସେ ପ୍ରମାଣିତ କରିଥିଲେ ଯେ ଏହି ଶକ୍ତି ତାହାଙ୍କୁ ଈଶ୍ୱରଙ୍କଠାରୁ ମିଳିଥିଲା । ତେବେ କେଉଁ କାରଣରୁ ସେମାନେ ତାହାଙ୍କର ଅନୁଗମନ କରିବା ଛାଡ଼ିଦେଲେ? ଏପରି ଜଣାପଡ଼େ ଯେ ଯୀଶୁଙ୍କର ଅନୁଗମନ କରିବା ପଛରେ ସେମାନଙ୍କର ସ୍ୱାର୍ଥ ଲୁଚି ରହିଥିଲା । ସେମାନେ କେବଳ ନିଜ ଶାରୀରିକ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଯୀଶୁଙ୍କର ଅନୁଗମନ କରୁଥିଲେ ।
ଆମେ ପ୍ରତ୍ୟେକେ ନିଜକୁ ପଚାରିବା ଉଚିତ୍: ‘ମୁଁ କାହିଁକି ଯୀଶୁଙ୍କର ଅନୁଗମନ କରେ? କʼଣ କେବଳ ଏଇଥିପାଇଁ ଯେ ମୋତେ ବର୍ତ୍ତମାନ ଆଶିଷ ମିଳୁଛି ଏବଂ ଭବିଷ୍ୟତରେ ମଧ୍ୟ ମିଳିବ? ନା ମୁଁ ଯିହୋବାଙ୍କୁ ପ୍ରେମ କରେ ଏବଂ ତାହାଙ୍କୁ ଖୁସି କରିବାକୁ ଚାହେଁ, ସେଇଥିପାଇଁ?’
ଯଦି ଆମେ କେବଳ ତଳେ ଥିବା କାରଣ ଯୋଗୁଁ ଯିହୋବାଙ୍କ ସେବା କରୁ, ତେବେ ଆମେ କାହିଁକି ନିଜ ବିଘ୍ନର କାରଣ ହୋଇପାରୁ?
-
ଆମକୁ ଯିହୋବାଙ୍କ ଲୋକମାନଙ୍କର ସଙ୍ଗତି ଭଲ ଲାଗେ
-
ଆମେ ପାରଦୀଶରେ ରହିବାକୁ ଚାହୁଁ