ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୀଶୁଙ୍କ ଭଳି ନମ୍ରତା ଦେଖାନ୍ତୁ
ଯଦିଓ ଯୀଶୁ ଏ ପୃଥିବୀରେ ବଞ୍ଚିଥିବା ସର୍ବଶ୍ରେଷ୍ଠ ମନୁଷ୍ୟ ଥିଲେ, ତଥାପି ତାହାଙ୍କଠାରେ ଅହଂକାର ନ ଥିଲା ଏବଂ ସେ ଯିହୋବାଙ୍କର ମହିମା କରି ନମ୍ରତା ଦେଖାଇଥିଲେ । (ଯୋହ ୭:୧୬-୧୮) ଅନ୍ୟପକ୍ଷରେ, ଶୟତାନ ନିଜକୁ ଦିଆବଳରେ ପରିଣତ କଲା, ଯାହାର ଅର୍ଥ ହେଉଛି “ନିନ୍ଦକ ।” (ଯୋହ ୮:୪୪) ଅହଂକାରୀ ଫାରୂଶୀମାନଙ୍କଠାରେ ଶୟତାନର ମନୋଭାବ ସ୍ପଷ୍ଟ ଦେଖାଯାଉଥିଲା । ଯେକେହି ମସୀହଙ୍କଠାରେ ବିଶ୍ୱାସ ଦେଖାଉଥିଲା, ତାକୁ ଫାରୂଶୀମାନେ ତୁଚ୍ଛ ମନେ କରୁଥିଲେ । (ଯୋହ ୭:୪୫-୪୯) ଯେତେବେଳେ ଆମକୁ ମଣ୍ଡଳୀରେ କୌଣସି ଦାୟିତ୍ୱ ତୁଲାଇବାର ସମ୍ମାନ ମିଳେ, ଆମେ ଯୀଶୁଙ୍କୁ କିପରି ଅନୁକରଣ କରିପାରିବା?
‘ପରସ୍ପରକୁ ପ୍ରେମ କରନ୍ତୁ’—ଈର୍ଷା ଓ ଅହଂକାର କରିବାଠାରୁ ଦୂରେଇ ରହନ୍ତୁ, ଭାଗ-୧ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ:
-
ଆଜେଶଙ୍କଠାରେ ଅହଂକାର କିପରି ସ୍ପଷ୍ଟ ଭାବେ ଦେଖାଗଲା?
‘ପରସ୍ପରକୁ ପ୍ରେମ କରନ୍ତୁ’—ଈର୍ଷା ଓ ଅହଂକାର କରିବାଠାରୁ ଦୂରେଇ ରହନ୍ତୁ, ଭାଗ-୨ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଆଜେଶ କିପରି ନମ୍ରତା ଦେଖାଇଲେ?
ଆଜେଶ କିପରି ଦିଲିପ ଓ କପିଲଙ୍କୁ ଉତ୍ସାହିତ କଲେ?
‘ପରସ୍ପରକୁ ପ୍ରେମ କରନ୍ତୁ’—ଗର୍ବ ଏବଂ ଅନୁଚିତ୍ ବ୍ୟବହାରଠାରୁ ଦୂରେଇ ରହନ୍ତୁ, ଭାଗ-୧ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ:
-
ଭାଇ ତରୁନ ନମ୍ରତା ଦେଖାଇବାରେ କିପରି ଅସଫଳ ହେଲେ?
‘ପରସ୍ପରକୁ ପ୍ରେମ କରନ୍ତୁ’—ଗର୍ବ ଏବଂ ଅନୁଚିତ୍ ବ୍ୟବହାରଠାରୁ ଦୂରେଇ ରହନ୍ତୁ, ଭାଗ-୨ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଭାଇ ତରୁନ କିପରି ନମ୍ରତା ଦେଖାଇଲେ?
ଭାଇ ତରୁନଙ୍କ ଉଦାହରଣରୁ ଆକାଂକ୍ଷା କʼଣ ଶିଖିଲେ?